Breaking PLUSଦେଶ ବିଦେଶମୁଖ୍ୟ ଖବର
ଦେଶରେ 50 ଲକ୍ଷ ଅତିକ୍ରମ କଲା ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା
ଭାରତରେ ବର୍ତ୍ତମାନ ଏହାର ସର୍ବୋଚ୍ଚ ଶିଖରରେ ଅଛି ମହାମାରୀ କରୋନା ଭାଇରସ୍ | ଦେଶରେ ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇସାରିଲେଣି ।

ଭାରତରେ ବର୍ତ୍ତମାନ ଏହାର ସର୍ବୋଚ୍ଚ ଶିଖରରେ ଅଛି ମହାମାରୀ କରୋନା ଭାଇରସ୍ | ଦେଶରେ ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇସାରିଲେଣି । ଏଥି ସହିତ 82 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି ମହାମାରୀ କରୋନା ଭାଇରସ୍ । ଦେଶରେ ବର୍ତ୍ତମାନ ପ୍ରାୟ 10 ଲକ୍ଷ ସକ୍ରିୟ ମାମଲା ରହିଛି ଏବଂ 39.39 ଲକ୍ଷ ଲୋକ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଲେଣି।
ତେବେ ଆସନ୍ତୁ ନଜର ପକାଇବା ଗତ 24 ଘଣ୍ଟାର ପରିସଂଖ୍ୟାନ ଉପରେ –
ଗତ 24 ଘଣ୍ଟା ମଧ୍ୟରେ କରୋନାର 90,123 ଜଣ ନୂତନ ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି |
24 ଘଣ୍ଟା ମଧ୍ୟରେ 1,290 ଜଣ ରୋଗୀ ମୃତ୍ୟୁବରଣ କରିଥିଲେ
କରୋନା ମୋଟ ମାମଲା – 50,20,360 |
ସକ୍ରିୟ ମାମଲା – 9,95,933
ମୋଟ ମୃତ୍ୟୁ – 82,066
ସୁସ୍ଥ ଲୋକ – 39,42,361