Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସ୍ୱର୍ଣ୍ଣ ଶନିବାର, ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ ମହିଳା କବାଡି ଟିମ୍

ହାଙ୍ଗଝୋ-ସ୍ୱର୍ଣ୍ଣ ଶନିବାର । ଶନିବାର ଏସୀୟ କ୍ରୀଡାରେ ଭାରତ ପାଇଁ ସୁନା ବର୍ଷା । ଭାରତୀୟ ମହିଳା କବାଡି ଟିମ୍ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛି । ଚୀନ ତାଇପେ ବିରୋଧରେ 26-25ରେ ବିଜୟ ହାସଲ କରିଛି ଭାରତୀୟ ମହିଳା କବାଡି ଟିମ୍ । ଅଭିଯାନ ଆରମ୍ଭରେ ଉଭୟ ଟିମ 34-34ରେ ମ୍ୟାଚକୁ ଟାଇ ରଖିଥିଲେ ।
ତେବେ ଭାରତୀୟ ମହିଳା କବାଡି ଟିମ୍ ଚୀନ ତାଇପେ ବିପକ୍ଷରେ 14-9ରେ ଅଗ୍ରଣୀ ହାସଲ କରିଥିଲା । ପ୍ରଥମ ଭାବରେ ଭାରତୀୟ ଟିମ୍ 6 ବୋନସ ପଏଣ୍ଟ ହାସଲ କରିଥିଲା । ଦ୍ୱିତୀୟ ଭାଗରେ ଚୀନୀ ତାଇପେ 16 ପଏଣ୍ଟ ହାସଲ କରି ଆଗକୁ ବଢିଥିବା ବେଳେ ଭାରତୀୟ ଟିମ୍ 12 ପଏଣ୍ଟ ହାସଲ କରିଥିଲେ । ତେବେ ଦୁଇ ବୋନସ ପଏଣ୍ଟ ଭାରତୀୟ ଖାତାରେ ପଡିଥିଲା । ନିଜର ଦମଦାର ପ୍ରଦର୍ଶନ ଯୋଗୁ ଭାରତୀୟ ଟିମ୍ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।

Show More

Related Articles

Back to top button