ଦେଶ ବିଦେଶମନୋରଞ୍ଜନ

ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ ସାମିଲ ହେଲା ଶାହରୁଖ ଖାନଙ୍କ ନାମ

ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ ଉନ୍ମୋଚନ

ବଲିଉଡର କିଙ୍ଗ ଖାନ ବା ଶାହରୁଖ ଖାନ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଥିଲେ ମଧ୍ୟ କିନ୍ତୁ ଖବରଠାରୁ କେବେ ଦୂରଇ ରହିନାହାଁନ୍ତି। ଦୀର୍ଘ ସମୟ ଧରି, ତାଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇନଥିଲା, କିନ୍ତୁ ବେଳେବେଳେ ଶାହାରୁଖ କିଛି ବିଜ୍ଞାପନ, ତାଙ୍କ ଲୁକ୍ସ ଏବଂ ଉପଲବ୍ଧିକୁ ନେଇ ଚର୍ଚ୍ଚାରେ ରହିଆସିଥିଲେ। ଏବେ ପୁଣି ଥରେ ଶାହାରୁଖ ଆଲୋଚନାର ବିଷୟ ପାଲଟିଛନ୍ତି। ଏହା ପୁଣି ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀକୁ ନେଇ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀ ଲଞ୍ଚ କରିଥିଲେ। ଯେଉଁଥିରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ହୋଇଛି।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସରେ ସାଇନ୍ ଲାଙ୍ଗୁଏଜ୍ ଡେ’ ଅବସରରେ ଏହି ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀ ଲଞ୍ଚ କରିଥିଲେ। ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ କରିବା ପାଇଁ ପିଏମ ମୋଦୀଙ୍କ ଦ୍ୱାରା ଏହି ଡିକ୍ସିନାରୀ ଲଞ୍ଚ କରାଯାଇଥିଲା। ଯେଉଁଥିରେ ବର୍ତ୍ତମାନ କିଙ୍ଗ ଖାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ହେବା ଶୁଣି ପ୍ରଶଂସକ ବହୁତ ଖୁସି ଅଛନ୍ତି। ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ ୧୦ ହଜାର ଶବ୍ଦ ଅଛି, ଯେଉଁଥିରେ ଶାହାରୁଖଙ୍କ ନାମ ମଧ୍ୟ ଅଛି। ଯଦି କେହି ଶାହାରୁଖ ଖାନ କହିବାକୁ ଚାହିଁବେ, ତେବେ ଏଥିପାଇଁ ତାଙ୍କୁ ଆଙ୍ଗୁଳିକୁ ବନ୍ଧୁକ ପରି ନିର୍ଦ୍ଦେଶ କରି ହୃଦୟରେ ଦୁଇଥର ଟ୍ୟାପ୍ କରିବାକୁ ପଡିବ। ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଏବଂ ଟ୍ରେନିଂ ସେଣ୍ଟର୍ ଏହାର ଏକ ଭିଡିଓ ଜାରି କରିଛି।

Show More

Related Articles

Back to top button