ଦେଶ ବିଦେଶବାଣିଜ୍ୟ

ଭାରତୀୟ ପାସପୋର୍ଟ ରାଙ୍କିଂରେ ସୁଧାର

୬୦ ଦେଶକୁ ବିନା ଭିସାରେ କରିପାରିବେ ଯାତ୍ରା

ଭାରତୀୟ ପାସପୋର୍ଟ ଧାରକଙ୍କ ପାଇଁ ଖୁସି ଖବର । ଶକ୍ତିଶାଳୀ ହୋଇଛି ଭାରତୀୟ ପାସପୋର୍ଟ । ଭାରତର ପାସପୋର୍ଟ ରାଙ୍କିଂରେ ଆସିଛି ବଡ ସୁଧାର । ୨୦୨୧ ରାଙ୍କିଂରେ ୯୦ ତମ ସ୍ଥାନରେ ଥିବା ଭାରତୀୟ ପାସପୋର୍ଟ ୭ଟି ସ୍ଥାନ ଉପରକୁ ଉଠିଛି । ହେନଲୀ ପାସପୋର୍ଟ ସୂଚକାଙ୍କ ଅନୁସାରେ, ଭାରତୀୟ ପାସପୋର୍ଟ ବର୍ତ୍ତମାନ ବିଶ୍ୱ ରାଙ୍କିଂର ୮୩ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟର ରାଙ୍କିଂ ୨୦୨୦ରେ ୮୪ ଏବଂ ୨୦୧୬ରେ ୮୫ତମ ସ୍ଥାନରେ ରହିଥିଲା ।

ରାଙ୍କିଂରେ ସୁଧାର ଆସିବା ସହ ଭାରତୀୟ ପାସପୋର୍ଟ ଧାରକମାନେ ବର୍ତ୍ତମାନ ପ୍ରଥାମିକ ଭିସା ବିନା ମଧ୍ୟ ୬୦ଟି ଦେଶକୁ ଯାତ୍ରା କରିପାରିବେ । ୨୦୨୧ରେ ଏହି ସଂଖ୍ୟା ୫୮ ରହିଥିଲା। ଜାପାନ ଏବଂ ସିଙ୍ଗାପୁର ଏହି ସୂଚକାଙ୍କରେ ମିଳିତ ଭାବେ ଶୀର୍ଷରେ ରହିଛନ୍ତି । କରୋନା ପାଇଁ ଲାଗୁ ହୋଇଥିବା ସାମୟିକ ପ୍ରତିବନ୍ଧକକୁ ବାଦ ଦେଲେ ଏହି ଦୁଇ ଦେଶର ପାସପୋର୍ଟ ଧାରକମାନେ ବିଶ୍ୱର ୧୯୨ଟି ସ୍ଥାନକୁ ବିନା ଭିସାରେ ଯାତ୍ରା କରିପାରିବେ । ସଦ୍ୟତମ ରାଙ୍କିଂରେ ଜର୍ମାନୀ ଏବଂ ଦକ୍ଷିଣ କୋରିଆ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ଦେଶର ପାସପୋର୍ଟ ଧାରକମାନେ ବିଶ୍ୱର ୧୯୦ ସ୍ଥାନକୁ ବିନା ଭିସାରେ ଯାତ୍ରା କରିପାରିବେ । ସେହିପରି ରାଙ୍କିଂର ତୃତୀୟ ସ୍ଥାନରେ ଫିନଲାଣ୍ଡ, ଇଟାଲୀ, ଲକ୍ଜମରବର୍ଗ ଏବଂ ସ୍ପେନ ରହିଛନ୍ତି । ଏହି ଦେଶର ପାସପୋର୍ଟ ଥିବା ବ୍ୟକ୍ତିମାନେ ବିଶ୍ୱର ୧୮୯ଟି ସ୍ଥାନକୁ ବିନା ପାସପୋର୍ଟରେ ଯାତ୍ରା କରିପାରିବେ ।

Show More

Related Articles

Back to top button