
କାମ୍ବୋଡିଆକୁ ୪ଟି ସନ୍ଧାନୀ କୁକୁର ଉପହାର ଦେଲେ ଭାରତୀୟ ସେନା । ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗକୁ ଏହା ରେଖାଙ୍କିତ କରୁଛି । ଅକ୍ଟୋବର ୨୪ ତାରିଖରେ ଯାତ୍ରୀ ବିମାନରେ ଏହି ସନ୍ଧାନୀ କୁକୁରଙ୍କୁ ନୋମ୍ପେଙ୍ଗ୍ ପଠାଯାଇଛି । ଏଭଳି ପଦକ୍ଷେପ ସମ୍ପର୍କରେ ଗୁରୁବାର ସୂଚନା ଦେଇଛନ୍ତି ଭାରତୀୟ ସେନାର ଜଣେ ଅଧିକାରୀ ।
ଭାରତୀୟ ସେନା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରୟାଲ୍ କାମ୍ବୋଡିଆନ୍ ସଶସ୍ତ୍ର ବଳ (ଆର୍ସିଏଏଫ୍) କର୍ମଚାରୀଙ୍କୁୁ କୁକୁର ହସ୍ତାନ୍ତର ପୂର୍ବରୁ ସେମାନଙ୍କୁ ଏହି ସନ୍ଧାନକୁ କୁକୁରଙ୍କ ଦେଖାଶୁଣା ପାଇଁ ମିରଟ୍ର ଆର୍ବିସି କେନ୍ଦ୍ରରେ ଚାରି ସପ୍ତାହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ୨୦୧୬ରେ ଭାରତ ୧୫ଟି ସନ୍ଧାନୀ କୁକୁର କାମ୍ବୋଡିଆକୁ ଉପହାର ରୂପେ ଦେଇଥିଲା ।