ଦେଶସ୍ୱତନ୍ତ୍ର

ଗହମ ପରେ ଚିନି ରପ୍ତାନୀ ବନ୍ଦ୍ କରିବ ଭାରତ

ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନୀ ବନ୍ଦ୍ କରିବ ଭାରତ । ଚିନି ଉତ୍ପାଦନ କ୍ଷେତ୍ରରେ ସାରା ବିଶ୍ବରେ ବ୍ରାଜିଲ ସବୁଠାରୁ ପ୍ରଥମରେ ରହିଥିବାବେଳେ ଭାରତ ଦ୍ୱିତୀୟରେ ରହିଛି । ସେହିପରି ରପ୍ତାନୀ କ୍ଷେତ୍ରରେ ଦେଖିବାକୁ ଗଲେ ମଧ୍ୟ  ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଏହାରି ମଧ୍ୟରେ ଚିନି ରପ୍ତାନୀକୁ ନେଇ ବଡ ନିଷ୍ପତ୍ତି ନେବାକୁ ଯାଉଛି ଭାରତ ।

ସୂଚନା ଅନୁଯାୟୀ , ଭାରତରେ ଚିନି ମୂଲ୍ୟ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ବିଦେଶକୁ ରପ୍ତାନୀ ହେଉଥିବା ଚିନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଫଳରେ ଦେଶରେ ବୃଦ୍ଧିପାଉଥିବା ଚିନି ମୂଲ୍ୟ ହ୍ରାସ ପାଇବ ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରିକରିଥିଲେ କେନ୍ଦ୍ର ସରକାର । ଏବେ ଚିନି ଏକ୍ସପର୍ଟ ଉପରେ ମଧ୍ୟ ରୋକ ଲଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଚଳିତ ବର୍ଷ ଚିନି ରପ୍ତାନୀ ୧୦ ମିଲିୟନ ଟନ୍‌ ମଧ୍ୟରେ ସୀମିତ ରଖିପାରନ୍ତି କେନ୍ଦ୍ର ସରକାର ।

ସରକାରୀ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ସେପ୍ଟେମ୍ବର ମାସରୁ ଚଳିତ ବର୍ଷ ମେ ୧୮ ତାରିଖ ପର୍ଯ୍ୟନ୍ତ ମୋଟ ୭୫ ଲକ୍ଷ ଚିନି ରପ୍ତାନୀ କରିଛି ଭାରତ । ଆର୍ଥିକ ବର୍ଷ ୨୦୨୦-୨୧ରେ ମୋଟ ୭୦ ଲକ୍ଷ ଟନ୍‌ ଚିନି ବିଦେଶକୁ ଦିଆଯାଇଥିଲା । ସେହିଭଳି ୨୦୧୭-୧୮ ବର୍ଷରେ ୬.୨ ମିଲିୟନ ଟନ୍‌, ୨୦୧୮-୧୯ରେ ୩.୮ ମିଲିୟନ ଟନ୍‌ ଚିନି ରପ୍ତାନୀ କରିଥିଲା ଭାରତ ।

 

Show More

Related Articles

Back to top button