
ଆଜି ବାରବାଟୀ ଷ୍ଟାଡିୟମରେ ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ଏଥିରେ ଭାରତ ଓ ବାଂଲାଦେଶ ମଧ୍ୟରେ କଡାକଡି ଟକ୍କର ହେବ । ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚରେ ବିଜୟ ହାସଲ ଆଶାରେ ରହିଛି ଭାରତ ।
ଏବେ ୫ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ଅପରପାର୍ଶ୍ବରେ ବାଂଲାଦେଶ ୪ଟି ମ୍ୟାଚ୍ରୁ ୩ଟି ବିଜୟ ସହିତ ୬ ପଏଣ୍ଟ ପାଇ ଟେବଲ ଶୀର୍ଷରେ ରହିଛି। ବାରବାଟୀରେ ଭାରତ ବିଜୟୀ ହୋଇ ପଏଣ୍ଟ ଟେବଲ ଶୀର୍ଷକୁ ଫେରିବାକୁ ଚେଷ୍ଟା କରିବ।
‘ପୂର୍ବରୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଓଡ଼ିଶାରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିଛି। ଏଣୁ ବାରବାଟୀରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟ ହେବୁ ବୋଲି ଆଶାବାଦୀ ରହିଛୁ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସବୁବେଳେ ସହଯୋଗର ହାତ ବଢ଼ାଇଛି ।
୨୦୧୪ ମସିହାରେ ବାରବାଟୀରେ ଭାରତୀୟ ଦଳ ୨୦ଦିନର ଶିବିର ଶେଷ କରି ବିଶ୍ୱକପ୍ ରେ ଯୋଗ ଦେଇଥିଲା। ସେହିବର୍ଷ ଦଳ ବିଶ୍ୱକପ୍ ବିଜୟୀ ହୋଇଥିଲା। ଏଣୁ ବାରବାଟୀ ଷ୍ଟାଡିୟମ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ପାଇଁ ଏକ ଲକି ଭେୁନ୍ୟ’ ବୋଲି ସୋମବାର ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଅଧିନାୟକ ଅଜୟ କୁମାର ରେଡ୍ଡୀ କହିଛନ୍ତି।