Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଧର୍ଯ୍ୟ ଦେଖାଇଲେ ଭାରତୀୟ ବ୍ୟାଟସମ୍ୟାନ୍, ଡ୍ର ରହିଲା ତୃତୀୟ ଟେଷ୍ଟ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହାର୍‌ ନ ମାନି ମ୍ୟାଚ୍‌କୁ ଡ୍ର' କରିବାରେ ସକ୍ଷମ ହୋଇଥିଲେ। ଫଳରେ ସିରିଜ୍‌ ୧-୧ରେ ବରାବର ରହିଛି। ଶେଷ ଦୁଇଟି ସେସନରେ ଆର୍‌ ଅଶ୍ୱିନ୍‌ ଏବଂ ହନୁମା ବିହାରୀ କ୍ରିଜ୍‌ରେ ପାଚେରୀ ଭଳି ଛିଡା ହୋଇଥିଲେ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହାର୍‌ ନ ମାନି ମ୍ୟାଚ୍‌କୁ ଡ୍ର’ କରିବାରେ ସକ୍ଷମ ହୋଇଥିଲେ। ଫଳରେ ସିରିଜ୍‌ ୧-୧ରେ ବରାବର ରହିଛି। ଶେଷ ଦୁଇଟି ସେସନରେ ଆର୍‌ ଅଶ୍ୱିନ୍‌ ଏବଂ ହନୁମା ବିହାରୀ କ୍ରିଜ୍‌ରେ ପାଚେରୀ ଭଳି ଛିଡା ହୋଇଥିଲେ। ଦୁହେଁ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିଜୟ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଘରୋଇ ଦଳକୁ ଜିତାଇ ଦେଇ ନ ଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେହିପରି ଶୁଭମାନ ଗିଲ (୩୧), ରୋହିତ ଶର୍ମା (୫୨), ଅଜିଙ୍କ୍ୟ ରାହାଣେ (୪), ରିଷଭ ପନ୍ତ (୯୭) ଏବଂ ଚେତେଶ୍ୱର ପୂଜାରା (୭୭) ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଜୋସ ହେଜଲେଉଡ ଏବଂ ନାଥାନ ଲିଅନ ଦ୍ୱିତୀୟ ଇନିଂସରେ ୨-୧ ଉଇକେଟ ନେଇଥିଲେ। ପ୍ୟାଟ କମିନ୍ସ ୧ ଉଇକେଟ ନେଇଥିଲେ। ଜାନୁଆରୀ ୧୫ରୁ ବ୍ରିସବେନ୍‌ରେ ତୃତୀୟ ଟେଷ୍ଟ ଖେଳାଯିବ।

Show More

Related Articles

Back to top button