Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କରୋନାର ଦ୍ୱିତୀୟ ଲହର, ଗତ ୨୪ ଘଣ୍ଟାରେ ୬୨,୭୧୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ କରୋନା ସ୍ଥିତି ବିଗିଡିବାରେ ଲାଗିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ତଥ୍ୟ ଅନୁଯାୟୀ, ଭାରତରେ ଗତ ୨୪ ଘଣ୍ଟାରେ ୬୨,୭୧୪ ନୂତନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ କରୋନା ସ୍ଥିତି ବିଗିଡିବାରେ ଲାଗିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ତଥ୍ୟ ଅନୁଯାୟୀ, ଭାରତରେ ଗତ ୨୪ ଘଣ୍ଟାରେ ୬୨,୭୧୪ ନୂତନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧, ୧୯, ୭୧, ୬୨୪ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୧,୬୧, ୫୫୨ ହୋଇଛି। ରବିବାର ସୁଦ୍ଧା ଦେଶରେ ମୋଟ୍ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪, ୮୬, ୩୧୦ରେ ରହିଛି। ଅଦ୍ୟାବଧି ଦେଶରେ ୬ କୋଟି, ୦୨ ଲକ୍ଷ ୬୯ ହଜାର ୭୮୨ ଜଣଙ୍କ ଟିକାକରଣ ହୋଇ ସାରିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଶନିବାର କହିଥିଲେ ଯେ, ଦେଶର ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ଏହି ସବୁ ରାଜ୍ୟରେ କରୋନାର ଅଧିକାଂଶ କେସ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ କରୋନାପ୍ରବଣ ୪୬ ଜିଲ୍ଲା ଚିହ୍ନଟ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ସହ କଡାକଡି କରୋନା ନିୟମ ମାନିବାକୁ ଏହି ସବୁ ଜିଲ୍ଲାକୁ ପରାମର୍ଶ ଦିଆଯାଇଛି।

ସେହିପରି ମହାରାଷ୍ଟ୍ରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି ରାଜ୍ୟର ଅନେକ ସ୍ଥାନରେ ଲକ୍‌ଡାଉନ୍ ଲାଗୁ ହୋଇଛି। ଏହାର ଅବଧିକୁ ବଢାଇ ଏପ୍ରିଲ ୧୫ କରାଯାଇଛି।

Show More

Related Articles

Back to top button