Breaking PLUSଦେଶ ବିଦେଶମୁଖ୍ୟ ଖବର
ଗତ ୨୪ ଘଣ୍ଟାରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟାରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୭ ହଜାର ୬୭୩ ରହିଛି ।

ଗତ ୨୪ ଘଣ୍ଟାରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୭ ହଜାର ୬୭୩ ରହିଛି ।
ଏହାସହ ଦେଶରେ ୪୭୮ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ୍ ୪ ଲକ୍ଷ ୩୦ ହଜାର ୭୩୨ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ସାପ୍ତାହିତ ସଂକ୍ରମଣ ହାର ୨.୦୫ ପ୍ରତିଶତ ରହିଥିଲା ବେଳେ ଦୈନିକ ସଂକ୍ରମଣ ହାର ୧.୭୩ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ୍ ୫୩ କୋଟି ୬୧ ଲକ୍ଷ ୮୯ ହଜାର ୯୦୩ ଜଣ ଲୋକ କରୋନା ଟିକା ନେଇସାରିଲେଣି ।