Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ 24 ଘଣ୍ଟାରେ 31 ହଜାର 923 ଜଣ କରୋନା ସଂକ୍ରମିତ ଚିହ୍ନଟ

କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ପୁଣି ବୃଦ୍ଧି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 31 ହଜାର 923 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 282 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 35 ଲକ୍ଷ 63 ହଜାର 421 ରେ ପହଞ୍ଚିଛି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 46 ହଜାର 50କୁ ବୃଦ୍ଧି ପାଇଛି ।

ଏହି ସହିତ ଗତ 24 ଘଣ୍ଟାରେ 31 ହଜାର 990 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 3କୋଟି 28 ଲକ୍ଷ 15 ହଜାର 731 ହୋଇଛି । ଏହା ବ୍ୟତୀତ ବର୍ତ୍ତମାନ ଦେଶରେ 3 ଲକ୍ଷ 1 ହଜାର 640ଜଣ ସକ୍ରିୟ ରୋଗୀ ଅଛନ୍ତି ।

Show More

Related Articles

Back to top button