Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପୁଣି ଥରେ ଫେରୁଛି କରୋନା, ଗତ ୨୪ ଘଣ୍ଟାରେ ୨୮ହଜାର ୯୦୩ ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ ଭୟଙ୍କର ରୂପ ଧାରଣ କଲାଣି ମହାମାରୀ କରୋନା । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ ।

ଦେଶରେ ପୁଣି ଥରେ ଭୟଙ୍କର ରୂପ ଧାରଣ କଲାଣି ମହାମାରୀ କରୋନା । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୪ହଜାର ୪୯୨ । ଦୈନିକ ସଂକ୍ରମଣ ବଢୁଥିବାରୁ କଡ଼ାକଡ଼ି ହେଲାଣି କଟକଣା ।

ସେହିପରି ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତକାଲି ୧୩୧ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୮୮ ହୋଇଛି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୯ହଜାର ୪୪ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୪ଲକ୍ଷ ୩୮ହଜାର ୭୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ହଜାର ୭୪୧ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୧୦ଲକ୍ଷ ୪୫ହଜାର ୨୮୪ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍ କେସ୍ ୨ଲକ୍ଷ ୩୪ହଜାର ୪୦୬କୁ ବୃଦ୍ଧି ପାଇଛି ।

Show More

Related Articles

Back to top button