Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨୧ହଜାର ୮୨୧ ଜଣ ରୋଗୀ ଚିହ୍ନଟ

ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅଧିକ ଟେଷ୍ଟ ହେଉଥିଲେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୦ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ଲକ୍ଷ ୨୭ ହଜାର କୋଭିଡ୍ ଟେଷ୍ଟ ହୋଇଛି ।

ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅଧିକ ଟେଷ୍ଟ ହେଉଥିଲେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୦ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ଲକ୍ଷ ୨୭ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୧ହଜାର ୮୨୧ ପଜିଟିଭ୍ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୬୬ହଜାର ୬୭୪କୁ ବୃଦ୍ଧି ପାଇଛି ।

ଦେଶରେ କମୁଛି ଆକ୍ଟିଭ କେସ୍ । ବଢୁଛି ସୁସ୍ଥ ହାର । ଗତ ୨୪ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୧୩୯ ସଂକ୍ରମିତ । କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୯୮ଲକ୍ଷ ୬୦ହଜାର ୨୮୦ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୯୬% । ୨ଲକ୍ଷ ୫୭ହଜାର ୬୫୬ଟି ଆକ୍ଟିଭ୍ କେସ୍ ରହିଛି । ଏବେ ୩%ରୁ କମ୍ ସକ୍ରିୟ ମାମଲା ରହିଛି ।

Show More

Related Articles

Back to top button