Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୨୦୩ଟି ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଗତବର୍ଷ ଜାନୁଆରୀରେ ଜଣାପଡ଼ିଥିଲା । ବର୍ଷକ ଭିତରେ ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୩ ହଜାର ୨୦୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି

ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଗତବର୍ଷ ଜାନୁଆରୀରେ ଜଣାପଡ଼ିଥିଲା । ବର୍ଷକ ଭିତରେ ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୩ ହଜାର ୨୦୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ୧୩ ହଜାର ୨୯୮ ଜଣ ସୁସ୍ଥ ହୋଇଛନ୍ତି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣର ୧୫ ହଜାରରୁ କମ୍ ମାମଲା ମିଳିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ଦେଶରେ କରୋନା ସଂକ୍ରମଣର ମୋଟ ମାମଲା ବୃଦ୍ଧି ପାଇ ୧ କୋଟି ୬ ଲକ୍ଷ ୬୭ ହଜାର ୭୩୬ରେ ପହଞ୍ଚିଛି । ପ୍ରାୟ ୧ ଲକ୍ଷ ୫୩ ହଜାର ୪୭୦ ଜଣଙ୍କ ଜୀବନ ଯାଇଥିବାବେଳେ ୧ କୋଟି ୩ ଲକ୍ଷ ୩୦ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କରୋନାର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ରହିଛି ।

ଅନ୍ୟପଟେ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ କରୋନା ଟିକାକରଣ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ ଏବେ ଯାଏ ପ୍ରଥମ ପର୍ଯ୍ୟାୟରେ ୧୬ ଲକ୍ଷ ୧୫ ହଜାର ୫୦୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୩ ହଜାର ୩୦୩ ଜଣ ଲୋକଙ୍କୁ ଦିଆଯାଇଛି ଭ୍ୟାକ୍ସିନ୍ । ଭ୍ୟାକ୍ସିନ୍ ଦେବା ପରେ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ, ଏସବୁ ମୃତ୍ୟୁର କାରଣ କୋଭିଡ୍ ଟିକା ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

Show More

Related Articles

Back to top button