Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପୁଣି ବଢୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୨୯୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୨୦ରେ ପହଞ୍ଚିଥିବାବେଳେ

ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୨୦ରେ ପହଞ୍ଚିଥିବାବେଳେ
ରବିବାର ଏହା ୨୬ ହଜାର ୨୯୧ ଛୁଇଁଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ୬ ରାଜ୍ୟରେ ସ୍ଥିତି ବେଶ୍‌ ଉଦ୍‌ବେଗ ଜନକ ରହିଛି। ଅପରପକ୍ଷରେ ପଞ୍ଜାବ, କର୍ନାଟକ, ଗୁଜରାଟ ଏବଂ ତାମିଲନାଡୁରେ ଦିନ କୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯିବାକୁ ସମ୍ପୃକ୍ତ ସରକାରଙ୍କ ପକ୍ଷରୁ ନିୟମ ଜାରି ହୋଇଛି। ମାସ୍କ ପିନ୍ଧିବା ସହିତ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ସାଧାରଣ ଲୋକେ ଏନେଇ ସଚେତନ ହେଉ ନ ଥିବାରୁ ସ୍ଥିତି ନିୟନ୍ତ୍ରଣ ହରାଉଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button