ଖେଳଦେଶ

ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ୍ ହାରିଲା ଭାରତ

ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ୍ ହାରିଲା ଭାରତ। ଢାକାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବି ଭାରତକୁ ଜିତାଇ ପାରି ନାହିଁ। ମେହଦି ହାସନ ମିର୍ଜାଙ୍କ ଶତକ ଏବଂ ବୋଲରଙ୍କ ମାପଚୁପ ବୋଲିଂ ବଳରେ ବାଂଲାଦେଶ ଭାରତକୁ ୫ ରନରେ ହରାଇଛି। ଆଉ ଶେଷ ବଲ୍‌ରେ ହାରିଛି ଭାରତ।

ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ବାଂଲାଦେଶ ୨-୦ରେ ଅଗ୍ରଣୀ ଥାଇ ଜିତି ନେଇଛି। ଏଥିସହ ଭାରତ ବାଂଲାଦେଶ ମାଟିରେ ଦ୍ଵିତୀୟ ଥର ଦିନିକିଆ ଶୃଙ୍ଖଳା ହାରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମେହଦି ହାସନଙ୍କ ୧୦୦ ଏବଂ ମହମୁଦଲ୍ଲାଙ୍କ ୭୭ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୭୧ ରନ କରିଥିଲା। ଜବାବରେ ଭାରତ ଶ୍ରେୟସ ଆୟରଙ୍କ ୮୨, ଅକ୍ଷର ପଟେଲଙ୍କ ୫୬ ରନ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୫୧ ରନ ସତ୍ତ୍ଵେ ୯ ଓ୍ଵିକେଟ୍ ହରାଇ ୨୬୬ ରନ କରି ପାରିଥିଲା। ଆହତ ରୋହିତ ଶର୍ମା ମୁକାବିଲାରେ ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ।

Show More

Related Articles

Back to top button