Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ

ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ

ବୁଧବାର ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। କୋଭିଡ କଟକଣା ଭିତରେ ସାରାଦେଶରେ ପତାକା ଉତ୍ତୋଳନ ହେବ। ଆଜି ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବେ। ତେବେ ଗତବର୍ଷ ପରି ଏଥର ମଧ୍ୟ କୌଣସି ଦେଶର ଅତିଥୀ ରହିବେ ନାହିଁ। ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ବି ସଜେଇ ହୋଇଛି। ମାଳମାଳ ଆଲୋକରେ ସଜେଇ ହୋଇଛି ଦିଲ୍ଲୀ।

ସାଧାରଣତନ୍ତ୍ର ଦିବସ ପାଇଁ ଆଜି ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହିତ ତିନି ସେନାବାହିନୀର ମୁଖ୍ୟ ଏମିତି କିଛି ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ। କେବଳ ଯେଉଁମାନେ ଡବଲ ଡୋଜ ଟିକା ନେଇଛନ୍ତି ସେହିମାନେ ହିଁ ଆଜିର ଉତ୍ସବରେ ଯୋଗ ଦେଇପାରିବେ। ସେହିପରି ୧୫ ବର୍ଷରୁ କମ ବୟସ୍କ ପିଲାମାନେ ଏଥର ଭାଗ ନେବେ ନାହିଁ। ଆଜିର ପରେଡରେ ୨୧ଟି ପ୍ରଜ୍ଞାପନ ମେଡ଼ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ।

Show More

Related Articles

Back to top button