Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ.ଜୟଶଙ୍କର

ୱାଶିଂଟନ- ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର 9ଦିନିକିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଗସ୍ତର ଶେଷ ପର୍ଯ୍ୟାୟରେ ସେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକନଙ୍କୁ ସାକ୍ଷାତ କରିଛନ୍ତି । ଜୟଶଙ୍କର ସେପ୍ଟେମ୍ବର 22ରେ ନ୍ୟୁୟର୍କରେ ପହଞ୍ଚିଥିଲେ । ସେ ସେଠାରେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ରହିବେ ।
ସୋସିଆଲ ମିଡିଆ ଏକ୍ସରେ ଜୟଶଙ୍କର ଲେଖିଛନ୍ତି ଯେ- ଆଜି ମୋର ବନ୍ଧୁ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକନଙ୍କୁ ଭେଟି ବହୁତ ଭଲ ଲାଗିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୁନ ଯାତ୍ରାକୁ ନେଇ ଆମ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି । ଏହାସହିତ ବୈଶ୍ୱିକ ବିକାଶ ଦିଗରେ ମଧ୍ୟ ଚର୍ଚ୍ଚା ହୋଇଛି ।
କଂଗ୍ରେସ ସଦସ୍ୟ, ପ୍ରଶାସନ, ବ୍ୟାପାରା ଏବଂ ଥିଙ୍କ ଟ୍ୟାଙ୍କ ପ୍ରମୁଖଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ନିୟମିତ ଭାବରେ ଆମ ମଧ୍ୟରେ ଆଲୋଚନା ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ କରିଥିବା କହିଛନ୍ତି ଜୟଶଙ୍କର ।

Show More

Related Articles

Back to top button