Breaking PLUSଦେଶ ବିଦେଶମୁଖ୍ୟ ଖବର

ସିକ୍କିମର ଏଲଏସିରେ ଭାରତ-ଚୀନ ସେନା ପୁଣିଥରେ ମୁହାଁମୁହିଁ, ଉଭୟପକ୍ଷର ଯବାନ ଆହାତ ହୋଇଥିବା ନେଇ ସୂଚନା

ଗୋଟିଏ ପଟେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ଗତକାଲି ନବମ ପର୍ଯ୍ୟାୟ କୋରକମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ୧୫ ଘଣ୍ଟା ଧରି ଲଦାଖ ସୀମାରେ ଉତ୍ତେଜନା ହ୍ରାସ ନେଇ ଆଲୋଚନା ହୋଇଥିଲା

ଗୋଟିଏ ପଟେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ଗତକାଲି ନବମ ପର୍ଯ୍ୟାୟ କୋରକମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ୧୫ ଘଣ୍ଟା ଧରି ଲଦାଖ ସୀମାରେ ଉତ୍ତେଜନା ହ୍ରାସ ନେଇ ଆଲୋଚନା ହୋଇଥିଲା । ପୂର୍ବ ଲଦାଖ ଏଲଏସିରେ ଉତ୍ତେଜନା ଲାଗି ରହିଥିବା ବେଳେ ସିକ୍କିମ ଦେଇ ଭାରତକୁ ଅନୁପ୍ରବଶ ଉଦ୍ୟମ କରିଛି ଚୀନ । ସିକ୍କିମର ଏଲଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।

କୁହାଯାଉଛି ତିନିଦିନ ତଳେ ସିକ୍କିମର ନକୁଲାରେ ଚୀନ ସୈନିକ ଏଲଏସିର ସ୍ଥିତିକୁ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ । ଚୀନର କିଛି ସୈନିକ ଭାରତୀୟ କ୍ଷେତ୍ରକୁ ଅନୁପ୍ରବେଶ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ । ଭାରତୀୟ ସେନା ସେମାନଙ୍କୁ ଅଟକାଇ ଥିଲା ।

ଅନୁପ୍ରବେଶକୁ ନେଇ ଭାରତୀୟ-ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୪ ଜଣ ଭାରତୀୟ ଯବାନଙ୍କ ସହ ୨୦ ଜଣ ଚୀନ ସୈନିକ ଆହତ ହୋଇଥିବା ଜଣାପଡ଼ିଛି । ଏବେବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Show More

Related Articles

Back to top button