Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

କୃଷି ବିଲକୁ ବିରୋଧ କରି ଦେଶରେ ଆଜି ଜାରି ରହିଛି ଭାରତ ବନ୍ଦ

ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ଆଜି 'ଭାରତ ବନ୍ଦ' ଡାକରା ଦେଇଛନ୍ତି। ଏହି ଅବସରରେ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। ଟ୍ରେନ୍‌ ରୋକିବା ସହ ଗାଡିମଟର ଯିବା ମଧ୍ୟ ବନ୍ଦ କରିଦେଇଛନ୍ତି ଚାଷୀ। ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ହେବ।

ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ଆଜି ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏହି ଅବସରରେ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। ଟ୍ରେନ୍‌ ରୋକିବା ସହ ଗାଡିମଟର ଯିବା ମଧ୍ୟ ବନ୍ଦ କରିଦେଇଛନ୍ତି ଚାଷୀ। ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ହେବ। ଏହି ବନ୍ଦ ଦ୍ୱାରା ଆମ୍ବୁଲାନ୍ସ ଓ ବିବାହ ସମାରୋହରେ ବାଧା ସୃଷ୍ଟି ହେବ ନାହିଁ। ଲୋକେ ନିଜ ନିଜର କାର୍ଡ ଦେଖାଇ ଯାଇପାରିବେ।ଅପରପକ୍ଷରେ ସରକାର ମଧ୍ୟ ଭାରତ ବନ୍ଦକୁ ନେଇ ସତର୍କ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚାଷୀଙ୍କ ପକ୍ଷରୁ ହେଉଥିବା ଭାରତ ବନ୍ଦକୁ ଆଖି ଆଗରେ ରଖି ରାଜ୍ୟଗୁ ଆଡଭାଇଜରୀ ଜାରି କରିଛନ୍ତି। ରାଜ୍ୟ ଗଡିକୁ ସୁନିଶ୍ଚିତ କରିବେ ଯେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଏବଂ ଏଥିରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ। ସୂଚନାଯୋଗ୍ୟ, ଭାରତ ବନ୍ଦକୁ କଂଗ୍ରେସ ସମେତ ଏକାଧିକ ପାର୍ଟି ସମର୍ଥନ କରୁଛନ୍ତି। କଂଗ୍ରେସ ବ୍ୟତୀତ ତୃଣମୂଳ କଂଗ୍ରେସ, ଶିବସେନା, ଡିଏମକେ, କମଲ ହାସନଙ୍କ ଏମଏନଏମ, ଆରଜେଡି, ସମାଜବାଦୀ ପାର୍ଟି, ଏନସିପି, ଆମ ଆଦମୀ ପାର୍ଟି, ନୂତନ ଭାବେ ନିର୍ମିତ ଜମ୍ମୁ ଓ କଶ୍ମୀରର ଗୁପକାର ପାର୍ଟି ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।

Show More

Related Articles

Back to top button