Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତି

ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା କହିବା ସମୟରେ ଭାରତ ଦୁନିଆର ୪ର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି। ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ତଥ୍ୟକୁ ଆଧାର କରି ସୁବ୍ରମଣ୍ୟମ କହିଛନ୍ତି ଯେ, ଏବେ ଭାରତର ଅର୍ଥବ୍ୟବସ୍ଥା ଜାପାନଠାରୁ ବି ବଡ଼। ଭାରତ ଏ କ୍ଷେତ୍ରରେ ଇତିହାସ ରଚିଛି। ବର୍ତ୍ତମାନ କେବଳ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି। ଆମେ ଆମ ଯୋଜନାକୁ ଅନୁସରଣ ଜାରି ରଖିଲେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିବା।

Show More

Related Articles

Back to top button