ଦେଶ ବିଦେଶବାଣିଜ୍ୟ

ଦେଶରେ ଆକାଶ ଛୁଉଛି ପେଟ୍ରୋଲ ଦର

ଆସନ୍ତୁ ଜାଣିବା କଣ ରହିଛି ମୂଲ୍ୟ ପଡୋଶୀ ଦେଶ ମାନଙ୍କରେ

ଭାରତରେ ଇନ୍ଧନ (ପେଟ୍ରୋଲ ଓ ଡିଜେଲ) ଦର ଏବେ ଆକାଶ ଛୁଇଁଛି। ଏହି ଦରରେ ହ୍ରାସ ବୃଦ୍ଧି ଦେଶର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ଏବେ ଦେଶରେ ପ୍ରତି ଲିଟର ପେଟ୍ରୋଲ ପାଖାପାଖି ୯୦ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୮୧ ଟଙ୍କା ଦରରେ ବିକ୍ରି ହେଉଛି। ତେବେ ଆସନ୍ତୁ ଜାଣିବା ପଡୋଶୀ ଦେଶର ଦର ।

ଭାରତର ନିକଟତମ ପଡୋଶୀ ହେଉଛି ପାକିସ୍ତାନ। ଛୋଟ ଦେଶ ସବୁ କ୍ଷେତ୍ରରେ ପଛୁଆ। ତେବେ ଏଠାରେ ପେଟ୍ରୋଲ ପ୍ରତି ଲିଟର ୪୮ ଟଙ୍କା ୧୯ ପଇସା ଦରରେ ବିକ୍ରି ହେଉଥିବା ବେଳେ ସେହି ଅନୁପାତରେ ଡିଜେଲ ଦର ମଧ୍ୟ କମ୍ ରହିଛି। ପାକିସ୍ତାନଠାରୁ ଆଫଗାନିସ୍ତାନରେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା। ଏଠାରେ ପେଟ୍ରୋଲ ଲିଟର ପିଛା ୩୬ଟଙ୍କା ୩୪ ପଇସା ଦରରେ ବିକ୍ରି ହେଉଛି।

ମ୍ୟଁମାରରେ ପେଟ୍ରୋଲ ଲିଟର ପିଛା ୪୩.୫୩ ପଇସା ଦରରେ ବିକ୍ରି ହେଉଥିବା ବେଳେ ଭୁଟ୍ଟାନରେ ୪୯ଟଙ୍କା ୫୬ ପଇସା, ଶ୍ରୀଲଙ୍କାରେ ୬୨.୭୯, ନେପାଳରେ ୬୭.୪୧ ଓ ଚୀନ୍‌ରେ ପ୍ରତିଲିଟର ୭୨.୬୨ପଇସା ଦରରେ ବିକ୍ରି ହେଉଛି।

ତେବେ ଭାରତ ପରେ ଜାପାନରେ ପେଟ୍ରୋଲ ଦର ୯୩ ଟଙ୍କା ଦରରେ ବିକ୍ରି କରୁଛି। ସେହି ଅନୁସାରେ ଋଷିଆରେ ପେଟ୍ରୋଲ ଲିଟର ପିଛା ମାତ୍ର ୪୨.୬୯ ପଇସା ଦରରେ ବିକ୍ରି ହେଉଥିବା ବେଳେ ଆମେରିକା ୫୦.୧୩ ପଇସାରେ ଉପଭୋକ୍ତାଙ୍କୁ ପେଟ୍ରୋଲ ଯୋଗାଇ ଦେଉଛି।

Show More

Related Articles

Back to top button