ଦେଶ ବିଦେଶବାଣିଜ୍ୟ

ବଢିଲା ସୁନା ଦର, ହେଲେ କମିଲା ରୁପା ଦର

ଇଣ୍ଟରନେସନାଲ ମାର୍କେଟର ଟ୍ରେଣ୍ଡକୁ ଦେଖି ସୋମବାର ଘରୋଇ ମାର୍କେଟ୍‌ରେ ସୁନା ଏବଂ ରୁପା ଦାମରେ ଉତ୍ଥାନ ଏବଂ ପତନ ଦେଖିବାକୁ ମିଳିଛି

ଘରୋଇ ମାର୍କେଟ୍‌ରେ ସୁନା ୦.୬୮ ପ୍ରତିଶତ ଅର୍ଥାତ ୩୧୦ ଟଙ୍କା ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୪୬,୦୪୬ ଟଙ୍କା ରହିଛି । କିନ୍ତୁ ରୁପାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ୧.୧୩ ପ୍ରତିଶତ ଅର୍ଥାତ ୭୭୮ ଟଙ୍କା ହ୍ରାସ ପାଇଁ ରୁପାର ଦାମ କିଲୋ ପିଛା ୬୯,୫୬୨ ଟଙ୍କା ରହିଛି ।ସୋମବାର ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୯୭୦ ଟଙ୍କା ରହିଛି । ରବିବାର ଦିନ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୫୭୦ ଟଙ୍କା ରହିଥିଲା । ଅର୍ଥାତ୍ ରବିବାର ତୁଳନାରେ ସୋମବାର ସୁନାର ଦାମ ୪୦୦ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି ।

ଘରୋଇ ବଜାରରେ ରୁପାର ଦାମ ହ୍ରାସ ପାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ କିନ୍ତୁ ଦାମ ବୃଦ୍ଧି ପାଇଛି । ସୋମବାର ଭୁବନେଶ୍ବରରେ ରୁପାର ଦାମ କିଲୋ ପିଛା ୭୩,୩୦୦ ଟଙ୍କା ରହିଛି । ରବିବାର ତୁଳନାରେ ସୋମବାର ରୁପାର ଦାମ କିଲୋ ପିଛା ୮୦୦ ଟଙ୍କା ବୃଦ୍ଧି ପାଇଛି ।ଗତ ୮ ମାସ ମଧ୍ୟରେ ଦେଶରେ ସୁନା ଏବଂ ରୁପାର ଦାମ ନ୍ୟୁନତମ ସ୍ତରରେ ପହଞ୍ଚିଛି । ଯାହା ଫଳରେ ସୁନା ଏବଂ ରୁପା କ୍ରୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବକାରୀ ଶୁଳ୍କ କମାଯିବା ଫଳରେ ଦେଶରେ ସୁନା ଓୁ ରୁପା ଦାମ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମାର୍କେଟ୍‌ରେ ସୁନା ଏବଂ ରୁପାର ଦାମ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେଣୁ ଯଦି ଦାମ ବୃଦ୍ଧି ପାଏ ତେବେ ନିବେଶ ମଧ୍ୟ ବୃଦ୍ଧି ପାଇପାରେ ।

Show More

Related Articles

Back to top button