ଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ଶୀତର ଲହରୀ

ଚାରିଆଡେ ଘନ କୁହୁଡିର ଆସ୍ତରଣ, ୟେଲୋ ୱାର୍ଣ୍ଣିଂ ଜାରି

ସାରା ରାଜ୍ୟରେ ଶୀତର ଲହରୀ । ଚାରିଆଡେ ଘନ କୁହୁଡିର ଆସ୍ତରଣ । ତା ସାଂଗକୁ ହାଲକା ହାଲକା ପବନ ସହିତ ଗଛ ଆଉ ପତ୍ରରେ କାକରର ଛିଟା । କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ କୁହୁଡ଼ି ରହିବ । ଯାହାଫଳରେ ଯାତାୟାତରେ ସମସ୍ୟା ହୋଇପାରେ ବୋଲି ଆଶଙ୍କା ରହିଛି । ଏଥିପାଇଁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ତେବେ ଗୁରୁବାର କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କାରେ ସତର୍କତା ଜାରି କରାଯାଇଛି । ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିଭଳି ଶୁକ୍ରବାର ମଧ୍ୟ ଘନ କୁହୁଡ଼ି ଆଶଙ୍କା ଅଛି । ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ରହିବ ବୋଲି ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୯ ତାରିଖ ଯାଏ କୁହୁଡି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ରାଜ୍ୟରେ ଏଣିକି ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଭୁବନେଶ୍ୱର ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ବଢିବ । ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ୯ ତାରିଖ ଯାଏ ପ୍ରାୟ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଯିବ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି ।

Show More

Related Articles

Back to top button