Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଅସହ୍ୟ ତାତି

ଗ୍ରୀଷ୍ମ ପ୍ରବାହ ଯୋଗୁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରିକଲା ପାଣିପାଗ ବିଭାଗ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ଅସହ୍ୟ ହେବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ନେଇ ୯ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ସେପଟେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଛି । ୨୧ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ୨୩ ସୁଦ୍ଧା ଛୁଇଁପାରେ ଉପକୂଳ । ପାଣିପାଗ ବିଶେଷଜ୍ଞ କହିଛନ୍ତି ୧୯ ତାରିଖ ଦିନ ବାତ୍ୟାର ଦିଗ ଆକାର ପ୍ରକାର ସ୍ପଷ୍ଟ ହେବ । ୧୮ ଯାଏଁ ତାତିରୁ ନାହିଁ ନିସ୍ତାର । ପ୍ରଖର ଖରାରେ ସିଝୁଛନ୍ତି ରାଜ୍ୟବାସୀ । ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପ୍ରଖର ହେବ। ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଅତ୍ୟଧିକ ଖରା ଅନୁଭୂତ ହେବ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ୨୪ ଘଣ୍ଟା ପରେ ସମ୍ବଲପୁର, ଝାରସୁଗୁଡା, ସୋନପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବ। ସେହିପରି ୧୮ ତାରିଖରେ ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର ଆଦି ୫ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୧୮ ତାରିଖରୁ ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବା ସହ ସ୍ୱାଭାବିକ ତାପମାତ୍ରା ଦିନରେ ୪ ରୁ ୫ ଡିଗ୍ରୀ ଅଧିକ ରହିବ। ଆଭ୍ୟନ୍ତରୀଣ ଜିଲ୍ଲାରେ ୩୮ ରୁ ୪୧ ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ତେବେ ଆଜିଠାରୁ ୧୮ ତାରିଖ ଯାଏଁ ଉପକୂଳ ଓଡିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ରେକର୍ଡ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ଗତ ୨୪ ଘଣ୍ଟାରେ ରେକର୍ଡ ସର୍ବାଧିକ ଦିନ ତାପମାତ୍ରା ଅନୁଗୁଳ ୩୯.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୩ଟି ସ୍ଥାନରେ ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ବର୍ତ୍ତମାନ ଦକ୍ଷିଣ ବଙ୍ଗୋପ ସାଗର କେନ୍ଦ୍ରୀୟ ଭାବରେ ସକ୍ରିୟ ହୋଇଛି । ଯାହା ଉତ୍ତର ଉତ୍ତର-ପୂର୍ବ ଦେଇ ୧୯ ତାରିଖରେ ସଦୃଶ ଲଘୁଚାପ, ଏବଂ ଉତ୍ତର- ଉତର ପଶ୍ଚିମ ଦେଇ ୨୦ ତାରିଖରେ ଅବପାତର ରୂପ ନେବ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧୯ ତାରିଖ ଦିନ ବାତ୍ୟାର ଦିଗ ସ୍ପଷ୍ଟ ହେବ। ବାତ୍ୟାର ବେଗ କହିବ ଏହା ବାଙ୍ଗଲାଦେଶ ମୁହାଁ ହେବ ନା ଓଡ଼ିଶା। ତେବେ ଆଜିର ଲଘୁଚାର ସ୍ଥିତି ଦେଖିଲେ ଜଣାପଡୁଛି ଯେ, ଓଡିଶା ମୁହାଁ ହେବାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଯଦି ହୁଏ, ତେବେ ସ୍ଥଳ ଭାଗ ଛୁଇଁଲା ବେଳକୁ ବର୍ଷାର ପ୍ରଭାବ ରହିବ।ଏଥିପାଇଁ ଓଡ଼ିଶାର ଚିଲିକା,ଉତ୍ତର ଗଞ୍ଜାମ ଏବଂ ପୁରୀ ଅଧିକ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି ।

Show More

Related Articles

Back to top button