ଦେଶ ବିଦେଶ

ଶୂନ୍ୟରେ ଆପେ ଆପେ ହୋଇଯିବ ଫୋନ ଚାର୍ଜ

ବୈଜ୍ଞାନିକଙ୍କ ନୁଆଁ ଖୋଜ

କିଛି ଦିନପରେ ସ୍ମାର୍ଟ ଫୋନ ,ଲ୍ୟାପଟପ ଓ ଆଇପ୍ୟାଡ଼କୁ ଚାର୍ଜ କରିବା ପାଇଁ ଚାର୍ଜର କିମ୍ବା ଚାର୍ଜଙ୍ଗୀ କେବୁଲର ଆବଶ୍ୟକତା ରହିବ ନାହିଁ l ଆଜ୍ଞା ହଁ ,ବୈଜ୍ଞାନିକ ମାନେ ଏହି ପରି ଗୋଟିଏ କୌଶଳ ଉଦ୍ଭାବନ କରିଛନ୍ତି ଯାହା ଦ୍ୱାରା କୋଠରୀରେ ରହିଥିବା ଫୋନ ,ଲ୍ୟାପଟପ ଆଦି ଆପେ ଆପେ ପବନରେ ଚାର୍ଜ ହୋଇଯିବ l ଆପଣ ଜିନିଷ ଗୁଡିକୁ କେବଳ ଚାର୍ଜ ହେବ ଦେଖି ପାରିବେ ,କିନ୍ତୁ ତାଙ୍କ ସହିତ କୌଣସି ଚାର୍ଜର ଲାଗିଥିବା ଦେଖି ପାରିବେ ନାହିଁ l ବୈଜ୍ଞାନିକ ମାନେ ଆପଣଙ୍କ କୋଠରୀ ଭିତରେ ଉର୍ଜାର ଏପରି ଗୋଟିଏ କିରଣକୁ ଉଦ୍ଭାବନ କରିଛନ୍ତି ଯାହାକୁ ଆଣ୍ଟିଲେଜର କୁହାଯାଉଛି l ଏହି ଉପାୟତି ଅତ୍ୟନ୍ତ ସରଳ ଅଟେ lଯେପରି ଲେଜର ଲାଇଟ୍ ର ଆଲୋକ ସାହାଯ୍ୟରେ ଛୋଟ ଛୋଟ ବିଦ୍ୟୁତ କଣିକା ବାହାରିଥାଏ l ଏହି କଣିକା ଗୁଡିକୁ ଫୋଣ୍ଟସ କୁହାଯାଏ l ଏହି ଫୋଣ୍ଟସ ଗୁଡିକ ଗୋଟିଏ ଅନ୍ୟଟି ପଛରେ ସିଧା ସଳଖ ଚାଲିଥାନ୍ତି l ସେଥିପାଇଁ ଆପଣଙ୍କୁ ଲେଜର ଲାଇଟ ସମ୍ପୂର୍ଣ ସିଧା ସଳଖ ଦେଖା ଯାଇଥାଏ l ଯେଉଁଠାରେ ଏହି ଲେଜର ଲାଇଟ ପଡିଥାଏ ସେହି ସ୍ଥାନଟି ଜଳାଇ ଦେଇଥାଏ ନଚେତ ଆଲୋକିତ କରି ଦେଇଥାଏ l

ଆଣ୍ଟିଲେଜର ଏହାର ଓଲଟା କାର୍ଯ୍ୟ କରେ l ସେ ଫୋଣ୍ଟସକୁ ନିଜ ଆଡକୁ ଆକର୍ଷିତ କରି ଓଲଟା ଦିଗକୁ ପଠାଇଥାଏ l ବର୍ତମାନ ଆପଣ ଭାବୁଥିବେ ଆଣ୍ଟିଲେଜରରେ ଇଲୋକ୍ଟ୍ରୋନିକ ଜିନିଷ ଗୁଡିକ କିପରି ଚାର୍ଜ ହେବ lତେବେ ଆପଣଙ୍କୁ କହି ରଖୁଛୁ ଆପଣଙ୍କ କୋଠରୀର କାନ୍ଥ ,ପଙ୍ଖା ,ବିଭିନ୍ନ ଧାତୁର ବସ୍ତୁ ଗୁଡିକ ସବୁବେଳେ ଉର୍ଜା ବିକଶିତ କରି ଥାନ୍ତି l ଆଣ୍ଟିଲେଜର ଏହି ଉର୍ଜାକୁ ଏକ ଲୟ ବଦ୍ଧ ଭାବରେ ଜମା କରି ପୁରା କୋଠରୀରେ ଆପଣ ଯେଉଁ ସ୍ଥାନରେ ଚାହିଁବେ ସେହି ସ୍ଥାନରେ ଶକ୍ତି ଯୋଗାଇବ l ତେଣୁକରି ସେହି କୋଠରୀରେ ରଖା ହୋଇଥିବା ଇଲୋକ୍ଟୋନିକ ଉପକରଣ ଗୁଡିକ ଚାର୍ଜ ହେବାକୁ ଲାଗିବ l ଏହି ଉପାୟକୁ ତିନିଜଣ ବୈଜ୍ଞାନିକ ଉଦ୍ଭାବନ କରିଛନ୍ତି ସେମାନେ ହେଲେ ଲି ଚେନ୍ ,ସ୍ୱେମ୍ପିକୋଷ ଓ ଷ୍ଟିବେନ୍ l ଏହି ବୈଜ୍ଞାନିକ ମାନଙ୍କର ଗବେଷଣା ବିଜ୍ଞାନ ପତ୍ରିକା ନେଚର କମ୍ୟୁନିକେସନରେ ନଭେମ୍ବର ୧୭ ତାରିଖରେ ପ୍ରକାଶିତ ହୋଇଛି l ବର୍ତମାନ ଏହି ଗବେଷଣା ପ୍ରୟୋଗ ଶାଳାରେ ସଫଳ ହୋଇଛି ,କିନ୍ତୁ ଉପଭୋକ୍ତା ମାନଙ୍କ ପାଇଁ ଏହାକୁ ଉପଯୁକ୍ତ ଭାବରେ କାର୍ଯ୍ୟ କରିବା ପାଇଁ ଅନେକ ସମୟ ଲାଗିବ l

Show More

Related Articles

Back to top button