ଓଡ଼ିଶା

ଏହି ୧୦ଟି ଉପାୟରେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ମିଳିବ ସୁଖ ଓ ସମୃଦ୍ଧି

ମଙ୍ଗଳବାର ଓ ଶନିବାର ଦିନଟି ବଜରଙ୍ଗବାଲିଙ୍କ ଦିନ ଅଟେ l ମାନ୍ୟତା ରହିଛି ଯେ ମଙ୍ଗଳ ବାର ଦିନ ହନୁମାନଙ୍କୁ ଧ୍ୟାନ ପୂର୍ବକ ପୂଜା କରିବା ଦ୍ୱାରା ଆମମାନଙ୍କୁ ଅନେକ ଲାଭ ମିଳିଥାଏ

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଭଗବାନ ଶିବଙ୍କର ଏକାଦଶ ଅବତାର ହେଉଛି ହନୁମାନଙ୍କ ଅବତାର l ତେଣୁ ଆସନ୍ତୁ ଜାଣିବା ଆଜି ଯଦି ମଙ୍ଗଳବାର ବ୍ରତ କରୁଛନ୍ତି ତେବେ ହନୁମାନଙ୍କୁ କିପରି ପୂଜା କରିବେ l

* ପ୍ରତେକ ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରି ପୂଜା କଲେ ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ l କାରଣ ସେ ସିନ୍ଦୂରାକୁ ଅତ୍ୟନ୍ତ ପସନ୍ଦ କରିଥାନ୍ତି l

* ହନୁମାନ ଏପରି ଦେବତା ଅଟନ୍ତି ଯାହାଙ୍କ ପୂଜାକୁ ସାବଧାନତାର ସହିତ କରାଯିବ ଆବଶ୍ୟକ l ମଙ୍ଗଳବାର ଦିନ ସକାଳୁ ଯଦି ଆପଣ ବରଗଛର ଗୋଟିଏ ପତ୍ରକୁ ଛିଡି଼ ଗଙ୍ଗା ଜଳରେ ଧୋଇ ହନୁମାନଙ୍କୁ ଅର୍ପଣ କରିବେ ତେବେ ଧନ ପ୍ରାପ୍ତି ହେବେ ଓ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ l

* ମଙ୍ଗଳବାର ଦିନ ହନୁମାନଙ୍କୁ ବିଡିଆ ପାନ ଚଢ଼ିବା ଦ୍ୱାରା ରୋଜଗାରର ପ୍ରନ୍ଥl ଖୋଲି ଯାଇଥାଏ l ବ୍ୟକ୍ତିର ଜୀବନ ଶାନ୍ତିରେ ବିତିବାକୁ ଲାଗେ l

* ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ହନୁମାନଙ୍କୁ କେତକୀ ଫୁଲ ଓ ମନ୍ଦାର ଫୁଲ ଅର୍ପଣ କରନ୍ତୁ ,ଏବଂ ଚେଷ୍ଟା କରନ୍ତୁ ଯେ ନିଜେ ମଧ୍ୟ ଲାଲ ରଙ୍ଗର ବସ୍ତ୍ର ଧାରଣା କରିବେ l ଧନ ପାଇଁ ହନୁମାନଙ୍କୁ ପ୍ରସନ କରିବାର ଏହା ଏକ ସରଳ ଉପାୟ l

* ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ ସନ୍ଧ୍ୟା ବେଳେ ଯେକୌଣସି ମିଠା ଜିନିଷ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏହା ଦ୍ୱାରା ସନ୍ତାନ ସମସ୍ୟା ଦୂର ହେବ l

* ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ ,ବିଗିଡି ଯାଇଥିବା କାମ ମଧ୍ୟ ହୋଇ ଯିବା ଓ କରଜରୁ ମୁକ୍ତି ମିଳିବ l

* ମଙ୍ଗଳବାର ଦିନ ହନୁମାନଙ୍କ ଆଗରେ ବସି ରାମନାମା ୧୦୮ ଥର ଜପ କରନ୍ତୁ ,କାରଣ ହନୁମାନ ହେଲେ ଭଗବାନ ରାମଚନ୍ଦ୍ରଙ୍କର ବଡ଼ ସେବକ l ଯିଏ ରାମଚନ୍ଦ୍ରଙ୍କୁ ଭକ୍ତି କରେ ହନୁମାନ ତା ଉପରେ ସନ୍ତୁଷ୍ଟ ହୋଇଥାନ୍ତି l

* ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ ରାଶି ଟେଲର ଦୀପ ଜଳାନ୍ତୁ ଓ ହନୁମାନ ଚାଳିଶ ପାଠ କରନ୍ତୁ l ଏହି ଉପାୟ ଆପଣଙ୍କ ଜୀବନରେ ସୁଖ ଭରିଦେବ l

* ସଙ୍କଟ କଟେ ମିଟେ ସର୍ବ ପିରା ,ଜୋ ସୁମୀରେ ହନୁମତ ବଲ ବିରା ,ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ଦ୍ୱାରା ସମସ୍ତ ବିପଦ ଓ ଖରାପ ଶକ୍ତି ଆମଠାରୁ ଦୁରେଇ ଯାଇଥାଏ l ଆରୋଗ୍ୟର ବରଦାନ ମିଳିଥାଏ ,ତେଣୁ ଏହି ମନ୍ତ୍ରକୁ ମଙ୍ଗଳବାର ଦିନ ଜପ କରନ୍ତୁ l

Show More

Related Articles

Back to top button