ଦେଶ ବିଦେଶବାଣିଜ୍ୟ

ଏହି ରାଜ୍ୟରେ କମିଲା ତେଲ ଦର

ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସକଲେ ସରକାର

ଶେଷର ପେଟ୍ରୋଲ ଏବଂ ଡିଜେଲ ଦାମ କମାଇଛନ୍ତି ରାଜସ୍ଥାନର ଅଶୋକ ଗେହଲଟ ସରକାର । ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ ହୋଇଥିଲେ ସୁଦ୍ଧା ରାଜସ୍ଥାନ ସରକାର ଦୀର୍ଘଦିନ ହେଲା ତୈଳ ଦାମରେ କୌଣସି ପରିବର୍ତ୍ତନ କରିନଥିଲେ । ବରଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ତେଲ ଦାମ । ଏହି କ୍ରମରେ ମଙ୍ଗଳବାର ହଠାତ୍‌ ପେଟ୍ରୋଲ ଲିଟର ପିଛା ୪ଟଙ୍କା ଏବଂ ଡିଜେଲ ଲିଟର ପିଛା ୫ ଟଙ୍କା ଭ୍ୟାଟ୍‌ ହ୍ରାସ କରିଛନ୍ତି ଗେହଲଟ ସରକାର । ଟ୍ବିଟ୍‌ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ‘ଆଜି ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ୍‌ କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆଜି ରାତି ୧୨ଟା ପରଠାରୁ ରାଜସ୍ଥାନରେ ପେଟ୍ରୋଲ ୪ ଟଙ୍କା ଏବଂ ଡିଜେଲ ୫ ଟଙ୍କା ପ୍ରତି ଲିଟର ଶସ୍ତା ହେବ । ଏଥି ପାଇଁ ରାଜ୍ୟ ସରକାର ବାର୍ଷିକ ୩୫୦୦ କୋଟି ଟଙ୍କାର ରାଜସ୍ବ ହାନି ବହନ କରିବେ ।​‌’ ପୂର୍ବରୁ କେନ୍ଦ୍ର ସରକାର ତେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ କରିଥିଲେ । ପ୍ରଥମେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୫ ଟଙ୍କା ଭ୍ୟାଟ୍‌ ହ୍ରାସ କରିବା ସହ ଡିଜେଲରୁ ୧୦ ଟଙ୍କା ଭ୍ୟାଟ୍‌ ହ୍ରାସ କରିଥିଲେ । ଏହା ପରେ ବିଭିନ୍ନ ବିଜେପି ଶାସିତ ରାଜ୍ୟ, ଓଡିଶାର ବିଜୁ ଜନତା ଦଳ, ପଞ୍ଜାବର କଂଗ୍ରେସ ସରକାର ତୈଳ ଦର ଉପରୁ ଭ୍ୟାଟ୍‌ କମାଇଥିଲେ । ଯାହା ଫଳ​‌ରେ ଖାଉଟିମାନଙ୍କୁ ବଡ ଆଶ୍ବସ୍ତୀ ମିଳିଥିଲା । ତେବେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ତୈଳ ଦର କମାଇବାକୁ ତୀବ୍ର ଦାବି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାର ଭ୍ୟାଟ୍‌ କମାଇବା ପରେ ରାଜ୍ୟ ସରକାର କମାଇନଥିଲେ । ବରଂ କେନ୍ଦ୍ରକୁ ଆହୁରି ଭ୍ୟାଟ୍‌ ହ୍ରାସ କରିବା ପାଇଁ ଦାବି କରୁଥିଲେ । କିନ୍ତୁ ମଙ୍ଗଳବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଶେଷରେ ତୈଳ ଦର ହ୍ରାସ କରିଛନ୍ତି ଅଶୋକ ଗେହଲଟ ସରକାର ।

Show More

Related Articles

Back to top button