ଦେଶ ବିଦେଶ

ବ୍ରହ୍ମାଣ୍ଡର ଏହି ସ୍ଥାନରେ ଜୀବସତ୍ତାର ସମ୍ଭାବନା…

ଚନ୍ଦ୍ର, ମଙ୍ଗଳ ପରେ ଏହି ଗ୍ରହରୁ ମିଳିଲା ସଂକେତ

ବ୍ରହ୍ମାଣ୍ଡରେ ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ କରାଯାଉଛି, ଯେଉଁଠି ଜୀବନ ସମ୍ଭବ ହୋଇପାରିବ । ବହୁ ବର୍ଷରୁ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରୁଛନ୍ତି । ଅନେକ ଥର ବୈଜ୍ଞାନିକମାନେ ପୃଥିବୀ ସହ ସମାନତା ଥିବା ସ୍ଥାନ ଆବିଷ୍କାର କରିଛନ୍ତି । ଏବେ ବୈଜ୍ଞାନିକମାନେ ମହାକାଶରେ ବ୍ରହ୍ମାଣ୍ଡର ଜୀବନର ସନ୍ଧାନ କରି କେବଳ ସୌରମଣ୍ଡଳ ନୁହେଁ ବରଂ ମିକ୍ଲି ୱେ ଗ୍ୟାଲେକ୍ସି ମଧ୍ୟ ଡେଇଁ ସାରିଛନ୍ତି । ଏବେ ଏହି ଆବିଷ୍କାରରେ ଏପରି ଗ୍ରହ ସାମ୍ନାକୁ ଆସିଛି, ଯାହା ପୃଥିବୀ ସହ ସମାନ ରହିଛି । ଏହି ଗ୍ରହ ରେଡ୍ ଡ୍ୱାର୍ଫ ଷ୍ଟାର କ୍ଷେତ୍ରରେ ମିଳିଛି । ଏବେ ଆବିଷ୍କୃତ ଗୃହରେ ଜୀବନ ଥିବା ନେଇ ଆଶା କରାଯାଉଛି । କିନ୍ତୁ ଏହାକୁ ନେଇ ଏକ ସମସ୍ୟା ରହିଛି, ଏହି ଗ୍ରହ ଆମର ରହିବା ଯୋଗ୍ୟ କ୍ଷେତ୍ର ଭିତରେ ଏବଂ ବାହାରେ ବୁଲୁଥାଏ ।

ତେବେ ଏହି ଗୃହର ଭୂପୃଷ୍ଠରେ ପାଣି ଥିବା ଆଶା କରାଯାଉଛି।ଉଲ୍ଲେଖଯୋଗ୍ୟ ଯେ, ରସ ୫୦୮ ବି କୁ ସୁବାରୁ ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମ ଦ୍ୱାରା ସୁବାରୁ ଟେଲିସ୍କୋପରେ ଇନଫ୍ରାରେଡ୍ ସ୍ପେକ୍ଟ୍ରୋଗ୍ରାଫ(ଆଇଆରଡି)ର ଉପଯୋଗ କରି ଖୋଜାଯାଇଛି । ଏହି ଗ୍ରହର MASS ପୃଥିବୀଠାରୁ ପ୍ରାୟ ୪ ଗୁଣା ଅଧିକ । ଏହି କ୍ଷେତ୍ର ଜୀବନ ବଞ୍ଚିବା ଅନୂକୁଳ ଥିବା କୁହାଯାଉଛି । ଏହାସହ ଏଠାରେ ପାଣି ଥାଇପାରେ । ଏହାଛଡା ଏହାକୁ ଗୋଲ୍ଡିଲକ୍ସ ଜୋନ ମଧ୍ୟ କୁହାଯାଉଛି, ଏହାର ଅର୍ଥ ଏହି କ୍ଷେତ୍ରରେ ତାପମାତ୍ରା ସମାନ ରହିଥାଏ । ଏଠାରେ ଗରମ ଏବଂ ଥଣ୍ଡା ଅଧିକ ନଥାଏ । ନୂତନ ଭାବେ ଆବିଷ୍କୃତ ହୋଇଥିବା ଏହି ଗ୍ରହଟି ପୃଥିବୀଠାରୁ ପ୍ରାୟ ୩୭ ଆଲୋକ ବର୍ଷ ଦୂରରେ ରହିଛି । ଏହାସହ ଏହାର କେନ୍ଦ୍ରୀୟ ତାରାରୁ ହାରାହାରୀ ଦୂରତା ପୃଥିବୀ-ସୂର୍ଯ୍ୟର ଦୂରତାର ୦.୦୫ ଗୁଣ ଅଟେ । କୁହାଯାଉଛି ଯେ, ଏହି ଗ୍ରହର ଏକ ଅଣ୍ଡାକାର କକ୍ଷାର ଥିବାର ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ଏହାର ସ୍ପଷ୍ଟ ଫଟୋ ଆସିବା ସମ୍ଭବ ନୁହେଁ ।

Show More

Related Articles

Back to top button