Breaking PLUSଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୨୬୯୬୪ କରୋନା ଆକ୍ରାନ୍ତ

ଦେଶରେ ଥମୁନି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟ୍ରେଣ୍ଡ୍ ପରେ ୨ ଲକ୍ଷ ଓ ଏବେ ୫୦ ହଜାର ତଳକୁ ଖସିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୩ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ୨୬୯୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ମିଶାଇ ଏବେ ଦେଶରେ ୩,୦୧,୯୮୯ ସକ୍ରିୟ ମାମଲା ରହିଛନ୍ତି । ସେହିପରି ୩,୨୭,୮୩, ୭୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୫ ହଜାର ୭୮୬ରେ ପହଞ୍ଚିଛି ।

Show More

Related Articles

Back to top button