ଦୁର୍ଘଟଣାଦେଶସ୍ୱତନ୍ତ୍ର

ଆଖି ପିଛୁଳାକେ ମାଟିରେ ମିଶିଗଲା ମୁମ୍ବାଇର ବିଶାଳକାୟ ବିଲ୍ଡିଂ

ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ: ଆଖି ପିଛୁଳାକେ ମାଟିରେ ମିଶିଗଲା ମୁମ୍ବାଇର ଉଲ୍ଲାସନଗରରେ ଏକ ବଡ଼ ବିଲ୍ଡିଂ । ବିଲ୍ଡିଂଟି ସଂପୂର୍ଣ୍ଣ ଧରାଶାୟୀ ହେବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ,ଏହି ବିଲଡିଂଟି କିଛିଦିନ ହେଲା ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଥିଲା । ଏହାକୁ ଭାଙ୍ଗିବା ପାଇଁ  ମହାନଗରପାଳିକା ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା । ଯେ କୌଣସି ମୂହୁର୍ତ୍ତରେ ବିଲଡିଂଟି ଭାଙ୍ଗିଯିବାର ଆଶଙ୍କା ଥିବାରୁ, ବିଲ୍ଡିଂକୁ ଖାଲି କରି ଦିଆଯିବା ସହ  ସମସ୍ତଙ୍କୁ ଦୂରେଇ ରଖାଯାଇଥିଲା ।

ତେବେ ବିଲ୍ଡିଂଟି ନିମ୍ନମାନର ସାମଗ୍ରୀରେ ନିର୍ମାଣ ବୋଲି  ପ୍ରଶାସନିକ ଅଧିକାରୀ କହିଥିବାବେଳେ, ଉଲ୍ଲାସନଗରରେ ଏପରି ଅନେକ ଅବୈଧ ଓ ଭଙ୍ଗା କୋଠା ରହିଛି । ଫଳରେ ବର୍ଷର ଅଧିକାଂଶ ସମୟରେ ସେଠାରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ବର୍ଷା ସମୟରେ ମଧ୍ୟ ଏପରି ଅନେକ କୋଠା ଦୁର୍ଘଟଣାର ଶିକାର ହୋଇଥାଏ । ଗତବର୍ଷ ଏହି ଅଞ୍ଚଳରେ ଏକ କୋଠାରୁ ସ୍ଲାବ ଖସିବା କାରଣରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ ।

Show More

Related Articles

Back to top button