ଦେଶ ବିଦେଶସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଏହି ୫ଟି ରୋଗ ହେବାର ଆଶଙ୍କା ଦେଖାଦେଇଥାଏ

ଆସନ୍ତୁ ଜାଣିବା ତାର ଲକ୍ଷଣ ଓ କିପରି ପ୍ରତିରୋଧ କରିବେ

ଗ୍ରୀଷ୍ମ ଋତୁରେ ପ୍ରବଳ ଖରାରେ ସମସ୍ତେ ଅସ୍ତ ବ୍ୟସ୍ତ ହୋଇଯାଆନ୍ତି ଓ ତା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ବେମାର ମଧ୍ୟ ଦେଖାଦେଇଥାଏ l ଖରାଦିନେ ଶରୀର, ଚର୍ମ, ଆଖି ଓ ହଜମ ଉପରେ ଏହାର ପ୍ରଭାବ ପକାଇଥାଏ l

ଆସନ୍ତୁ ଜାଣିବା ଖରାଦିନେ ଲୋକମାନେ କେଉଁ କେଉଁ ରୋଗରର ସମୁଖିନ୍ନ ହୋଇଥାନ୍ତି ଓ କିଭଳି ତାର ପ୍ରତିକାର କରିବେ l

ଫୁଡ ପଏଜନିଙ୍ଗ : ଖରାଦିନେ ଫୁଡ ପଏଜନିଙ୍ଗ ଗୋଟେ ସାଧାରଣ ସମସ୍ୟା ଅଟେ l ଦୂଷିତ ଖାଦ୍ୟ କିମ୍ବା ଜଳ ଦ୍ୱାରା ଏହା ହୋଇଥାଏ | ଗରମ ଏବଂ ଆର୍ଦ୍ରତା ହେତୁ ଜୀବାଣୁ ଏହି ଋତୁରେ ସହଜରେ ଉତ୍ପନ ହୋଇଥାନ୍ତି ଯେଉଁକରଣରୁ ଖାଦ୍ୟ ଦୂଷିତ ହୋଇଯାଇଥାଏ l ଏହାଦ୍ୱାରା ପେଟ ଯନ୍ତ୍ରଣା ହୋଇଥାଏ , ବାନ୍ତି ହେବାର ସମ୍ଭାବନା ଥାଏ l ଏଥିରୁ ରକ୍ଷା ପାଇବା ପାଇଁ ମସଲା ଓ ତେଲ ଯୁକ୍ତ ଖାଦ୍ୟ ଏବଂ ରାସ୍ତା କଡ଼ରେ ଥିବା ଖୋଲା ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ
ଡିହାଇଡ୍ରେସନ୍- ଶରୀରରେ ଜଳ ଅଭାବରୁ ଡିହାଇଡ୍ରେସନ୍ ହୁଏ | ଗ୍ରୀଷ୍ମ ଋତୁରେ ଏହା ଅତି ସାଧାରଣ କିନ୍ତୁ ଏହା ମଧ୍ୟ କିଛି ଗୁରୁତର ସମସ୍ୟା ସୃଷ୍ଟି କରିପାରେ l ଗ୍ରୀଷ୍ମ ଋତୁରେ ବହୁତ ଝାଳ ବାହାରିଥାଏ ଓ ଜଳ ଅଭାବରୁ ଶରୀର ସଠିକ୍ ଭାବରେ କାମ କରିବାରେ ସକ୍ଷମ ହୁଏ ନାହିଁ l ସେଥିପାଇଁ ଏହି ରୂତୁରେ ବହୁତ ପାଣି ଓ ଫଳରସ ପିଇବା ଆବଶ୍ୟକ

ଅଂଶୁଘାତ : ଅଂଶୁଘାତ ଅର୍ଥାତ ଯାହାକୁ ଆମେ ଲୁ ବୋଲି କହିଥାଉ ଏହାଏକ ସାଧାରଣ ରୋଗ ଅଟେ l ଏହି ଅସୁବିଧା ଅଧିକ ସମୟ ଧରି ଖରାରେ ରହିବ କାରଣରୁ ହୋଇଥାଏ l ଲୁ ଦ୍ୱାରା ଶରୀର ଆକ୍ରାନ୍ତ ହେବ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଠିକ ସମୟରେ ଏହାର ଚିକିତ୍ସ୍ୟା ନକରାଗଲେ ଶରୀରକୁ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ l ମୁଣ୍ଡ ଯନ୍ତ୍ରଣା ,ଦୁର୍ବଳତା , ବାନ୍ତି ଓ ଅନ୍ୟ କିଛି ଗମ୍ଭୀର ମାମଲା ଦ୍ୱାରା ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ l ଏଥିରୁ ରକ୍ଷା ପାଇଁ ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ , ଅଧିକ ପରିମାଣରେ ପାଣି ପିଏ ଶରୀରକୁ ସୁସ୍ତ ରଖନ୍ତୁ
ଘିମିରି : ଗରମ ଦିନେ ଝାଳ ବୋହିବା କାରଣରୁ ଶରୀରରେ ଘିମିରି ହୋଇଥାଏ l ଏହା ଶରୀର ସେହି ଅଂଶରେ ହୋଇଥାଏ ଯେଉଁ ଅଂଶ କପଡ଼ାରେ ଆଚ୍ଛାଦିତ ହୋଇରୁହେ l ଏଥିରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ସତେଜ ପାଣିରେ ସ୍ନାନ କରି ପାଉଡର ଲାଗେ ଶୋଇବା ଆବଶ୍ୟକ
ସନବର୍ଣ ; ଅଧିକ ଉତ୍ତାପ ଯୋଗୁ ସନବର୍ଣ ହୋଇଥାଏ l ଏହି କାରଣରୁ ତ୍ୱଚାର କୋଷିକା ଗୁଡିକ ଖଟି କାରକ ହୁଏ ଓ ଶରୀରରେ ସିଝା ସିଝା ଦାଗ ହୋଇଯାଏ l ଏହା ଦ୍ୱାରା ଚର୍ମ କର୍କଟ ହେବାର ସମ୍ଭାବନା ମଧ୍ୟ ରହିଥାଏ l ଏଥିରୁ ରକ୍ଷା ପାଇବା ପାଇଁ ଅଧିକ ଖରାକୁ ଯିବାରୁ ଦୁରେଇ ରହିବ ଆବଶ୍ୟକ ଓ ଖରାକୁ ଯିବା ପୂର୍ବରୁ ସନ ସ୍କ୍ରିନ ଲସନ ଲଗାଇବା ଉଚିତ l

 

Show More

Related Articles

Back to top button