ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ସେୟାର ବଜାରରେ ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ବିଏସଇ ସେନସେକ୍ସ

ବିତ୍ତୀୟ, ଏଫ୍‌ଏମ୍‌ସିଜି ଏବଂ ଅଟୋ ଷ୍ଟକ୍‌ଗୁଡ଼ିକ ଖସିବା ଫଳରେ ସୋମବାର ଭାରତୀୟ ପୁଞ୍ଜି ବଜାରରେ ବଡ଼ ହ୍ରାସ ଘଟିଛି। କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ ୧,୦୨୪ ପଏଣ୍ଟ ହ୍ରାସ ଘଟିଛି ।

ଫଳରେ ଏହା ୫୭,୬୨୧ ପଏଣ୍ଟରେ ବନ୍ଦ ହୋଇଛି । ୩ଟି କାରବାର ଦିବସରେ ହ୍ରାସ ଧାରା ଜାରି ରହିଛି । ଏହା ମଧ୍ୟରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ମୂଲ୍ୟ ୬.୭ ଲକ୍ଷ କୋଟି ଟଙ୍କା ସଙ୍କୁଚିତ ହୋଇଛି । ଅନ୍ୟପକ୍ଷରେ, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟିରେ ୩୦୩ ପଏଣ୍ଟ ହ୍ରାସ ଘଟିଛି । ଏହା ୧୭,୨୧୪ ପଏଣ୍ଟକୁ ଖସିଆସିଛି । ସେନ୍‌ସେକ୍ସରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଲ୍‌ ଆଣ୍ଡ୍‌ ଟି, ବଜାଜ ଫାଇନାନ୍ସ, ବଜାଜ ଫିନ୍‌ସର୍ଭ ଏବଂ ଏଚ୍‌ଡିଏଫ୍‌ସି ଆଦି କମ୍ପାନିଗୁଡିକର ସେୟାର ମୂଲ୍ୟ ୩.୬୫% ପର୍ଯ୍ୟନ୍ତ ହ୍ରାସ ଘଟିଛି । ପାୱାରଗ୍ରିଡ୍‌, ଏନ୍‌ଟିପିସି, ଟାଟା ଷ୍ଟିଲ, ଏସ୍‌ବିଆଇ ଏବଂ ଅଲ୍‌ଟ୍ରା ସେମ୍‌କୋ ଆଦି କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି ।

ଅନ୍ୟାନ୍ୟ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତୀୟ ଇକ୍ୱିଟି ବଜାରରେ ପରିଲକ୍ଷିତ ହୋଇଛି । ଜାପାନର ନିକେଇ ୨୨୫ ୦.୭% ଖସି ୨୭,୨୪୮.୮୭ ପଏଣ୍ଟକୁ ହ୍ରାସ ପାଇଥିବାବେଳେ ଦକ୍ଷିଣ କୋରିଆର କୋସ୍‌ପି ୦.୨% ଖସି ୨,୭୪୫.୦୬ ପଏଣ୍ଟ ହୋଇଛି । ହଂକଂର ହ୍ୟାଙ୍ଗ୍‌ ସେଙ୍ଗ୍‌ ୦.୧% ବଢ଼ି ୨୪,୫୭୯.୫୫ ପଏଣ୍ଟ ହୋଇଥିବାବେଳେ ସାଂଘାଇ କମ୍ପୋଜିଟ୍‌ ୨% ବଢ଼ି ୩,୪୨୯.୫୮ ପଏଣ୍ଟ ହୋଇଥିବା ଜଣାପଡ଼ିଛି।

Show More

Related Articles

Back to top button