Breaking PLUSଓଡ଼ିଶା

ରାଉରକେଲା NITରୁ ୨୧ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ଏକାଥରକେ ୨୧ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ନିୟମିତ ଭାବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । ଏବେ ଯାଏଁ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡିଛି ।

ରାଉରକେଲା NITରୁ ବାହାରିଲେ କରୋନା ପଜେଟିଭ । ସେହିପରି ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ସନକୁ ଆସିଛି ସ୍ଥାନୀୟ ପ୍ରଶାସନ । ତୁରନ୍ତ ଏନ୍‌ଆଇଟି ପରିସରକୁ ସାଇଟାଇଜ କରାଯାଇଛି ।

ଏକ ଡାକ୍ତରୀ ଟିମ୍‌ ନିୟମିତ ଭାବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ତଥ୍ୟ ରଖୁଛନ୍ତି । ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button