ଓଡ଼ିଶା

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ନିର୍ଘଣ୍ଟ ହେବ ପହିଲି ଭୋଗ ନୀତି

ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ଶୁକ୍ରବାର ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ବୈଠକ। ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଶ୍ରୀମନ୍ଦିରରେ ଚାଲିବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁମୋଦନ କରାଯିବ। ନୀତି ନିର୍ଘଣ୍ଟ କିଭଳି ଶୃଙ୍ଖଳିତ ହେବ ସେନେଇ ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ।

ଏହାସହ ଡିସେମ୍ବର ୨୫ ବଡଦିନ ଓ ୩୧ ତାରିଖ ବର୍ଷର ଶେଷ ଦିନ ସହ ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ କି ନାହିଁ ସେନେଇ ବୈଠକରେ ଚୁଡାନ୍ତ ନିଷ୍ପତି ନିଆଯିବ। ସେହିପରି ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ନୀଳାଦ୍ରି ଭକ୍ତ ନିବାସ ଠାରେ ଏକ ଶିବିର ଅନୁଷ୍ଠିତ ହେବ‌। ପୂର୍ବାହ୍ନ ୧୦.୩୦ ରୁ ଅପରାହ୍ନ ୧.୩୦ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦୁଇ ଦଫାରେ ସେବାୟତଙ୍କୁ ଏହି ଚିକିତ୍ସା ମିଳିବ।

Show More

Related Articles

Back to top button