ଓଡ଼ିଶା

ଟାଙ୍କିରେ ନାହିଁ ତେଲ, ପେଟ୍ରୋଲ ଓ ଡିଜେଲ ପାଇଁ ହନ୍ତସନ୍ତ ଭଦ୍ରକ ଜିଲ୍ଲା ବାସିନ୍ଦା

ଭଦ୍ରକ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ପାଇଁ ହନ୍ତସନ୍ତ ଜନସାଧାରଣ ।

ଜିଲ୍ଲାର ଅଧିକାଂଶ ଟାଙ୍କିରେ ତେଲ ନଥିବା ବେଳେ ଅନେକ ଟାଙ୍କିରେ ୫୦ଟଙ୍କାରୁ ୧୦୦ଟଙ୍କାର ପେଟ୍ରୋଲ ଓ ଡିଜେଲ ଦିଆଯାଉଥିବାରୁ ଅନେକ ଉତ୍ତେଜନା ଦେଖାଯାଉଛି । ଭଦ୍ରକ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର କୃତିମ ଅଭାବ ଦେଖାଯାଉଚି । ଜିଲ୍ଲାର ଭଦ୍ରକ ସଦର, ଧାମନଗର, ଭଣ୍ଡାରିପୋଖରୀ ଓ ଜାତୀୟ ରାଜପଥର ଅନେକ ତେଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ମିଳୁନାହିଁ ।

କେତେକ ତେଲ ଟାଙ୍କି ୫୦ ଟଙ୍କାର ପେଟ୍ରୋଲ ଓ ୩ଶହ ଟଙ୍କାର ଡିଜେଲ ଦେଉଛନ୍ତି । ଅତ୍ୟାବଶ୍ୟକୀୟ ସେବା ବ୍ୟାହତ ହେବାର ସମ୍ଭାବନା ରହିଛି । ତେବେ ବହୁ ଲୋକ ହଇରାଣ ହେଉଛନ୍ତି । କିନ୍ତୁ କଳାବଜାରୀଙ୍କ ପାଇଁ ଏବେ ଫାଇଦା ହେଉଛି । ତେଲ ଟାଙ୍କି ବାହାରେ କଳାବଜାରୀମାନେ ଚଢା ଦରରେ ତେଲ ବିକୁଛନ୍ତି । କିନ୍ତୁ କର୍ମଚାରୀଙ୍କ କହିବା କଥା ଯେ ତେଲ ଟାଙ୍କିରେ ତେଲ ଷ୍ଟକ ନାହିଁ । ଆସିଲେ ଦିଆଯିବ । ଯେ ପର୍ଯ୍ୟନ୍ତ ନ ଆସିଛି ଏମିତି ଚାଲିବ ।

Show More

Related Articles

Back to top button