Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର
ରାଜ୍ୟରେ କମିଲା ଶୀତ, ବଢିଲା ରାତି ତାପମାତ୍ରା
ରବିବାର ଏହିସବୁ ଜିଲ୍ଲାରେ ବର୍ଷା !

ରାଜ୍ୟରେ ରାତି ତାପମାତ୍ରା ପୁଣି ବଢ଼ିଛି । ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫-୧୬ ଡିଗ୍ରୀ ଉପରେ ରହିଛି । କେନ୍ଦୁଝର ଓ ଝାରସୁଗୁଡ଼ାରେ ଏହା ସବୁଠୁ କମ୍ ୧୩.୪ ଡିଗ୍ରୀ ରହିଛି । ଗୋପାଳପୁରରେ ସର୍ବାଧିକ ୨୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଅଛି । ସେହିଭଳି ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ତିନି ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ପୂର୍ବାନୁମାନ କରାଯାଇଛି ।