Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ତାତି ଛୁଇଁଲା ୪୩ ଡିଗ୍ରୀ

ଆଜି ସୋନପୁର ଏବଂ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ଗତ କିଛି ଦିନ ହେବ ପାରଦ ବଢିବାରେ ଲାଗିଛି। ଭୀଷଣ ଗରମରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ। ଦିନ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି। କେଉଁ ଦିନ ତାତିରେ ଟିଟିଲାଗଡ ରେକର୍ଡ କାଟୁଛି ତ ଆଉ କେଉଁ ଦିନ ସୋନପୁର ଆଉ କେଉଁ ଦିନ ବଲାଙ୍ଗିର। ସୋମବାର ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ମଙ୍ଗଳବାର ସୋନପୁର ଏବଂ ବଲାଙ୍ଗିର ଯୁଗ୍ମ ଭାବେ ଉତ୍ତପ୍ତ ସହର ପାଲଟିଛନ୍ତି।

ଏଥିସହ ଆଜି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ବିଶେଷ କରି ପଶ୍ଚିମ ଓଡିଶାରେ ତତଲା କଡେଇରେ ପରିଣତ ହୋଇଛି। ଆଜି ଝାରସୁଗୁଡାରେ ୪୨.୬ ଡିଗ୍ରୀ, ବାରିପଦା ଏବଂ ଟିଟିଲାଗଡରେ ୪୨ ଡିଗ୍ରୀ, ସମ୍ବଲପୁର, ବୌଦ୍ଧ ଓ ସୁନ୍ଦରଗଡରେ ତାପମାତ୍ରା ୪୧.୫ ଡିଗ୍ରୀ ରହିଛି। ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୭ ଡିଗ୍ରୀ ରେକର୍ଡ କରାଯାଇଛି। କଟକରେ ୩୬.୨ ଏବଂ ଭୁବନେଶ୍ଵରରେ ତାପମାତ୍ରା ୩୭.୨ ଡିଗ୍ରୀ ରହିଛି।

Show More

Related Articles

Back to top button