Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆହୁରି ଖସିବ ପାରଦ ବଢିବ ଶୀତ

ଆସନ୍ତା ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି

୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରା କମିବ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏହାର ପ୍ରଭାବରେ ଶୀତ ବଢ଼ିଯିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଖାଇଛି । କିନ୍ତୁ ରାଜ୍ୟରେ ଶୀତ ଆଉ ଲେଉଟିବନି, ବରଂ କ୍ରମଶଃ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ତିନି ଦିନ ଯାଏ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ସଂଲଗ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରୀ କମିବ । ତା’ପରେ ଏହା କ୍ରମଶଃ ବଢ଼ିବ ଓ ଶୀତ ଆହୁରି କମିଯିବ । ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ୨୦ ସୁଦ୍ଧା ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ତିନି ଦିନ ପ୍ରାୟ ୩ ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ବଢିବ ବୋଲି ସେ କହିଛନ୍ତି । ଉପକୂଳ ଓଡ଼ିଶାରେ ବି ସୋମବାରଠୁ ଧୀରେଧୀରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଦକ୍ଷିଣ ଓଡ଼ିଶା ଓ ଅନ୍ୟ ଅଞ୍ଚଳରେ ବି ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ।

୨୦ ତାରିଖ ସୁଦ୍ଧା ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍‌ ବଢିବ । ତା’ପର ତିନି ଦିନରେ ପ୍ରାୟ ୨ ଡିଗ୍ରୀ ବଢ଼ିବ ବୋଲି ସେ କହିଛନ୍ତି । ରାଜ୍ୟରେ ସୋମବାରଠାରୁ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ଓ ୧୯ ତାରିଖରେ ବି ଏହି ସମସ୍ତ ଜିଲ୍ଲା ସମେତ ଯାଜପୁର, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ରହିବ ବୋଲି କୁହାଯାଇଛି ।

Show More

Related Articles

Back to top button