Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ କମିଲା ବର୍ଷା

୨୧ରୁ ପୁଣି ଭିଜିବ ଓଡିଶା

କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଥିଲା । ସୋମବାର ଏଥିରେ ବିରାମ ଲାଗିଛି । ରାଜ୍ୟତମାମ ବର୍ଷା କମିଛି । କେଉଁଠି କେମିତି କାଁ ଭାଁ ବର୍ଷା, ନଚେତ୍‌ ଶୁଖିଲା । ୧୫ରୁ ଅଧିକ ଜିଲ୍ଲାରେ ସକାଳୁ ସନ୍ଧ୍ୟା ଭିତରେ ଠୋପାଏ ବର୍ଷା ହୋଇନି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୧୮ ଦିନରେ ୪୨୫ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ତଥ୍ୟ ରଖିଛି । ଏହି ୧୮ ଦିନରେ ସ୍ୱାଭାବିକ ୩୯୪.୧ ମିମି ବର୍ଷା ହେବା କଥା । କିନ୍ତୁ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । କନ୍ଧମାଳ ଓ ବୌଦ୍ଧରେ ଅତ୍ୟଧିକ ବଳକା ବର୍ଷା ହୋଇଛି ।

କନ୍ଧମାଳରେ ୬୨୨ ଓ ବୌଦ୍ଧରେ ୫୭୬ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ରେ ନିଅଣ୍ଟିଆ ବର୍ଷା ହୋଇଛି । ସେହିଭଳି ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ ଏବେ ଛତିଶଗଡ଼ ଦେଇ ଉତ୍ତର ପୂର୍ବ ବିଦର୍ଭ ଉପରେ ରହିଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଉତ୍ତର ଆଭ୍ୟନ୍ତରୀଣ ଓ ଅନ୍ୟ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ୨୧ରେ ଅଧିକ ବର୍ଷା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି ।

Show More

Related Articles

Back to top button