Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା

୪୧.୬ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଅସ୍ୱଭାବିକ ହେବାରେ ଲାଗିଛି ଜନ ଜୀବନ । ଖରା ଏପରି ହେଉଛି ଯେ, ଘରୁ ବାହାରକୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି । ତେବେ ଆଜି ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୬ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ତାପମାତ୍ରା ମଧ୍ୟ ୪୦.୫ ଡିଗ୍ରୀ ରହିଛି ।

ସେହିପରି ସୋନପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଛି । ବୌଦ୍ଧରେ ୪୦ ଡିଗ୍ରୀ, ଭବାନୀପାଟଣାରେ ୩୯.୫ ଡିଗ୍ରୀ, ଅନୁଗୋଳରେ ୩୯.୧ ଡିଗ୍ରୀ, ବାରିପଦାରେ ୩୯, ଭୁବନେଶ୍ୱରରେ ୩୪.୯ ଡିଗ୍ରୀ ଏବଂ କଟକରେ ୩୪.୫ ଡିଗ୍ରୀ ତାପମାତ୍ରା ରହିଛି ।

Show More

Related Articles

Back to top button