Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟର ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୭ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ରହିଛି ତାପମାତ୍ରା । ୪୨.୧ ଡିଗ୍ରୀ ତାପମାତ୍ରା ସହିତ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ମଧ୍ୟ ୪୧.୪ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଛି ।

ସେହିପରି ବାରିପଦାରେ ୪୦, , ହିରାକୁଦରେ ୪୦.୪ ଡିଗ୍ରୀ, ଭବାନୀପାଟଣାରେ ୪୦.୧, ସୋନପୁରରେ ୩୯.୭, କଟକ ଓ ଭୁବନେଶ୍ୱରରେ ୩୬.୫ ଏବଂ ସମ୍ୱଲପୁରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Show More

Related Articles

Back to top button