Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ୨୫ରୁ ବର୍ଷା

ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଆସନ୍ତା ୨୫, ୨୬ ଓ ୨୭ ତାରିଖ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୨୫ ଓ ୨୬ ତାରିଖ ଉତ୍ତର, ଦକ୍ଷିଣ ଓ ଉପକୂଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୨୬ ଓ ୨୭ର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୨୫ରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ରେ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୨୬ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇପାରେ । ୨୭ରେ ଏହି ସମସ୍ତ ଜିଲ୍ଲା ସହ ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଦେବଗଡ଼ରେ ଆଶିଂକ ମେଘୁଆ ପାଗ ସହ ଗୋଟିଏ ଦୁଇଟି ସ୍ଥାନରେ ୨ ମିଲିମିଟରରୁ କମ୍‌ ବର୍ଷା ହୋଇପାରେ ।

ଏହି ସମୟରେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସର୍ବାଧିକ ତାପମାତ୍ରା ୨୬ ଡିଗ୍ରୀ ରହିବ । ପର ୫ଦିନରେ ଏହା ୩ ଡିଗ୍ରୀ ବଢ଼ିବ । ଏହାର ୫ଦିନ ଯାଏ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ୨୬ ତାରିଖ ଭିତରେ ତାପମାତ୍ରା ୧ ଡିଗ୍ରୀ ବଢ଼ିବ । ୨୭ରୁ ୩ଦିନ ଭିତରେ ପ୍ରାୟ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଉପକୂଳ ଅଞ୍ଚଳରେ ପ୍ରାୟ ସବୁଦିନ କୁହୁଡ଼ି ହେବ । କୁହୁଡ଼ି ସମେତ ଦିନ ଓ ରାତି ତାପମାତ୍ରା ଭିତରେ ଅଧିକ ବ୍ୟବଧାନ କାରଣରୁ ଆମ୍ବ ବଉଳ ରୋଗ ପୋକ ଦ୍ୱାରା ନଷ୍ଟ ହେବାର ଆଶଙ୍କା ରହିଛି । ପନିପରିବା, ମୁଗ ଓ ବାଦାମରେ ଜଉପୋକ ଲାଗିବାର ଆଶଙ୍କା ଅଛି ବୋଲି ଡ. ପଶୁପାଳକ କହିଛନ୍ତି ।

Show More

Related Articles

Back to top button