Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ରବିବାର ୫ ଜିଲ୍ଲାରେ ବର୍ଷା

ସୋମବାରଠୁ ପାଗ ଶୁଖିଲା

ରବିବାର ୫ଟି ଜିଲ୍ଲାରେ କାଁ ଭାଁ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ଆକଳନ କରିଛି । ସୋମବାର, ମଙ୍ଗଳବାର ଓ ବୁଧବାର ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶନିବାର କେନ୍ଦୁଝରରେ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ତାଳଚେରରେ ୫ ମିଲିମିଟର, ଅନୁଗୁଳରେ ୨ ମିଲିମିଟର ଓ ବାରିପଦାରେ ୧ ମିଲିମିଟର ବର୍ଷା ହୋଇଛି ।

ସୋମବାର ଦିନ ବେଳା ପାଗ ଶୁଖିଲା ରହିବ । ରାତି ବେଳେ କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଧୀରେ ଧୀରେ ତାତି ବଢିବ ବୋଲି ସେ ଆକଳନ କରିଛନ୍ତି । ତେବେ ଶନିବାର ରାଜ୍ୟରେ ୪ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଭବାନିପାଟଣା ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ବଲାଙ୍ଗୀରରେ ୩୫.୩ ଓ ସୋନପୁରରେ ୩୫.୨ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ରାଜ୍ୟରେ ଧୀରେ ଧରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

Show More

Related Articles

Back to top button