Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ

୪୦ ଡିଗ୍ରୀ ଡେଇଁଲା ୪ ସହର

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଖରା ସାଙ୍ଗକୁ ଗୁଳିଗୁଳି ଆରମ୍ଭ ହୋଇଗଲାଣି । ଘରୁ ବାହରକୁ ବାହାରି ପାରୁନାହାନ୍ତି ଲୋକେ । ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ଭଳି ମଙ୍ଗଳବାର ମଧ୍ୟ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ତାପମାତ୍ରା ୪୧.୭ ଡିଗ୍ରୀ ରହିଛି। ତେବେ ଟିଟିଲାଗଡରେ ସୋମବାର ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ମଙ୍ଗଳବାର ପାରଦ ସାମାନ୍ୟ ନିମ୍ନଗାମୀ ହୋଇଛି।

ଏଠାରେ ତାପମାତ୍ରା ୪୦.୮ ଡିଗ୍ରୀ ରହିଛି। ସେହିପରି ବୌଦ୍ଧରେ ୪୦.୫ ଡିଗ୍ରୀ, ଭବାନୀପାଟଣା ୪୦ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ସମ୍ବଲପୁରରେ ୩୮.୭ ଡିଗ୍ରୀ, ଅନୁଗୁଳ ୩୮.୭ ଡିଗ୍ରୀ , ତାଳଚେରରେ ୩୮ ଡିଗ୍ରୀ , ବାରିପଦା ୩୮.୪ ଡିଗ୍ରୀ , ଭୁବନେଶ୍ବର ୩୫.୨ ଡିଗ୍ରୀ ଓ କଟକରେ ତାପମାତ୍ରା ୩୪.୫ ଡିଗ୍ରୀ ରହିଛି।

Show More

Related Articles

Back to top button