ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଓଡ଼ିଶାରେ ୪୧ ହଜାର କୋଟି ନିବେଶ କରିବ ଆଦାନୀ ଗ୍ରୁପ୍‌

ପ୍ରୋଜେକ୍ଟକୁ ମିଳିଲା ସରକାରୀ ମଞ୍ଜୁରୀ

ଏସିଆର ସବୁଠାରୁ ଧନୀ ଗୌତମ ଆଦାନୀ ଗୋଟିଏ ପରେ ଗୋଟିଏ ବ୍ୟବସାୟିକ କ୍ଷେତ୍ରରେ ନିବେଶ କରୁଛନ୍ତି । ଏବେ ଆଦାନୀ ଏଣ୍ଟର୍‌ପ୍ରାଇଜ୍‌ର ନୂଆ ନିବେଶକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଦାନୀ ସମୂହର କମ୍ପାନୀ ଆଦାନୀ ଏଣ୍ଟର୍‌ପ୍ରାଇଜ୍‌ ଓଡ଼ିଶାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ୍‌ ସ୍ଥାପନ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ଆଦାନୀ ସମୂହକୁ ଏହି ପ୍ଲାଣ୍ଟ୍‌ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ରାୟଗଡ଼ା ଜିଲ୍ଲାରେ ଏହି ରିଫାଇନାରୀ ସ୍ଥାପନ କରିବା ନେଇ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି । ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟରେ ୪୧ ହଜାର କୋଟି ଅର୍ଥାତ ୫.୨ ଅରବ ଡଲାର ଖର୍ଚ୍ଚ ହେବା ନେଇ ଅନୁମାନ କରାଯାଉଛି ।

ସରକାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ଲାଣ୍ଟ୍‌ର କ୍ଷମତା ୪ ମିଲୟନ୍‌ ଟନ୍‌ ରହିବ । ଗୌତମ ଆଦାନୀ ୨୦୨୧ ଡିସେମ୍ୱରରେ ମୁନ୍ଦ୍ରା ଆଲୁମିନିୟମ୍‌ ଲିମିଟେଡ୍‌ ନାମକ କମ୍ପାନୀ ରେଜିଷ୍ଟର କରିଛନ୍ତି । ଏହି କମ୍ପାନୀରୁ ଆଗାମୀ ଯୋଜନା ବିଷୟରେ ଅନୁମାନ କରାଯାଉଛି । ଏହି କ୍ଷେତ୍ରରେ ବର୍ତ୍ତମାନ ଆଦିତ୍ୟ ବିର୍ଲା ସମୂହ ଏବଂ ବେଦାନ୍ତ ରିସୋର୍ସେସ୍‌ ଲିମିଟେଡ୍‌ର ଦବ୍‌ଦବା ରହିଛି । ୧୨୬ ଅରବ ଡଲାର ସମ୍ପତ୍ତିର ମାଲକ ଗୌତମ ଆଦାନୀ କ୍ଷୀପ୍ର ଗତିରେ ବନ୍ଦର ଏବଂ ଏଗ୍ରି ଟ୍ରେଡିଂ ପରେ ଏୟାରପୋର୍ଟ, ପୁନଃ ବ୍ୟବହାର ଯୋଗ୍ୟ ଶକ୍ତି, ଡାଟା ସେଣ୍ଟରରେ ନିବେଶ କରି ଏହି ସବୁ କ୍ଷେତ୍ରରେ ନିଜର ଦବ୍‌ଦବା ଜାହିର କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।

Show More

Related Articles

Back to top button