Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆଗାମୀ ୨୪ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୮ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଉତ୍ତର ଓଡିଶା ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପର ଅବସ୍ଥିତି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୁରଭଂଜ, ବରଗଡ଼, ସମ୍ବଲପୁର ଓ ନୂଆପଡା ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିଭଳି ଶୁକ୍ରବାର ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ମୟୁରଭଂଜ, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବୌଦ୍ଧରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ମୌସୁମୀ ବାୟୁ ସକ୍ରିୟ ରହିବା ଯୋଗୁଁ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି ।

ଫଳରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ବର୍ତ୍ତମାନ ଲଘୁଚାପ ଦୁର୍ବଳ ହୋଇଛି । ଏଣିକି ବର୍ଷାର ପରିମାଣ ଧୀରେ ଧୀରେ କମିବ । ଗତ କିଛି ଦିନ ହେବ ଯେଉଁଭଳି ବର୍ଷା ହେଉଛି ତାହା ହେବନାହିଁ । କିନ୍ତୁ ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ରହୁଛି ଓ ମଝିରେ ମଝିରେ ଖରା ଯୋଗୁଁ ବର୍ଷା ମଝିରେ ମଝିରେ ଲାଗିରହିବ । ବର୍ତ୍ତମାନ ଆଉ କୌଣସି ସିଷ୍ଟମ ସୃଷ୍ଟିର ସମ୍ଭାବନା କମ ରହିଛି । ଜୁଲାଇ ମାସରେ ଦୁଇଟି ଲଘୁଚାପ ସ୍ବଭାବିକ ବର୍ଷା ଆଣିଛି । ରାଜ୍ୟରେ ବର୍ତ୍ତମାନ ସ୍ବାଭାବିକଠାରୁ ୫% କମ୍ ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ସହ ସମାନ ।

Show More

Related Articles

Back to top button