Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୨୪ ଘଣ୍ଟାରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମୟୁରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ୧୨ ତାରିଖ ପାଇଁ କୌଣସି ଚେତାବନୀ ଜାରି କରାଯାଇନାହିଁ ।

ଯାହା ଅନୁମାନ କରାଯାଉଛି. ୧୩ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ । ଏପଟେ ଅସାନୀ ପ୍ରଭାବରେ ଆଜି ସକାଳୁ ପୁରୀ, ଗଜପତି, ଖୋର୍ଦ୍ଧାରେ ବର୍ଷା ଲାଗି ରହିଛି । ଦିନ ତମାମ ଉପକୂଳରେ ବର୍ଷା ହେଉଛି । ଭୁବନେଶ୍ୱରରେ ୩୬.୪, ସର୍ବାଧିକ ଜଟଣୀ ରେ ୭୧ ମିମି, ବାଲେଶ୍ୱର, ୧୩.୪, ମିମି ବର୍ଷା ହେଇଛି ।

Show More

Related Articles

Back to top button