ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୨୪ ଘଣ୍ଟାରେ ୫୨୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି

ଗତ ୨୪ ଘଣ୍ଟା ମଧ୍ୟରେ ୫୨୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୪୬୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୫୭ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୨୭୮ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୪୨୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୨୨୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୭୨୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏବେ ସୁଦ୍ଧା ରାଜ୍ୟରେ ୧୨୫୨୩୨୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୭୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨୦ଜଣ, ବରଗଡ଼ ଜିଲ୍ଲାରୁ ୧୧୮ଜଣ, ଭଦ୍ରକ ଜିଲ୍ଲାରୁ ୨୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୧ଜଣ, ବୌଦ୍ଧ ଜିଲ୍ଲାରୁ ୮୩ଜଣ, କଟକ ଜିଲ୍ଲାରୁ ୫୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୭ଜଣ, ଗଜପତି ଜିଲ୍ଲାରୁ ୨୩ଜଣ, ଗଞ୍ଜାମ ଜିଲ୍ଲାରୁ ୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୮ଜଣ, ଯାଜପୁର ଜିଲ୍ଲାରୁ ୩୯୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୪୮ଜଣ, କନ୍ଧମାଳ ଜିଲ୍ଲାରୁ ୩୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୩୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୨୬ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୫୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮୬ଜଣ, ନୟାଗଡ଼ ଜିଲ୍ଲାରୁ ୧୩୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୩ଜଣ, ପୁରୀ ଜିଲ୍ଲାରୁ ୨୩୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୬୬ଜଣ, ସୋନପୁର ଜିଲ୍ଲାରୁ ୩୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୫୧ଜଣ , ଷ୍ଟେଟ୍‌ ପୁଲ୍‌ରୁ ୧୨୪ଜଣ ରହିଛନ୍ତି ।

Show More

Related Articles

Back to top button