Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦୮୫୬ କୋଭିଡ୍ ପଜିଟିଭ୍

୧୧୨୨୭୩୫ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୧୦୮୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୨୭୩୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୯୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୫୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୨୧ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୪ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨୬ଜଣ, ବରଗଡ଼ ଜିଲ୍ଲାରୁ ୧୪୫ଜଣ, ଭଦ୍ରକ ଜିଲ୍ଲାରୁ ୧୦୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୫୯ଜଣ, ବୌଦ୍ଧ ଜିଲ୍ଲାରୁ ୩୮ଜଣ, କଟକ ଜିଲ୍ଲାରୁ ୯୦୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ,

ଢେଙ୍କାନାଳ ଜିଲ୍ଲାରୁ ୬୯ଜଣ, ଗଜପତି ଜିଲ୍ଲାରୁ ୧୩୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୩୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨୨ଜଣ, ଯାଜପୁର ଜିଲ୍ଲାରୁ ୨୧୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୪୪ଜଣ, କନ୍ଧମାଳ ଜିଲ୍ଲାରୁ ୪୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ଜଣ, କେନ୍ଦୁଝର ଜିଲ୍ଲାରୁ ୮୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୮୭ଜଣ, କୋରାପୁଟ ଜିଲ୍ଲାରୁ ୧୬୫ଜଣ, ମାଲକାନଗିରି ଜିଲ୍ଲାରୁ ୫୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୬ଜଣ, ନୟାଗଡ଼ ଜିଲ୍ଲାରୁ ୧୪୫ଜଣ, ନୂଆପଡା ଜିଲ୍ଲାରୁ ୭୫ଜଣ, ପୁରୀ ଜିଲ୍ଲାରୁ ୧୯୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୬ଜଣ, ସମ୍ବଲପୁର ଜିଲ୍ଲାରୁ ୫୦୦ଜଣ, ସୋନପୁର ଜିଲ୍ଲାରୁ ୧୦୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୪୩ଜଣ, ଷ୍ଟେଟ ପୁଲ୍‌ରୁ ୭୧୨ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨୨୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୮୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୫୨୩୯୫ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୫୫୪୩୩୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button